ମଣିପୁର ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବ ଏନ୍‌ପିଏଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ମଣିପୁର ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବ ଏନ୍‌ପିଏଫ୍‌

ଇମ୍ଫାଲ: ମଣିପୁରରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରରୁ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ୍‌) ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଦଳର ମୁଖପାତ୍ର ଆଚୁମ୍ବେମୋ କିକନ୍‌ ଏହି ବିଷୟରେ ସୂଚନା ଦେଇଛନ୍ତି।

କିକନ୍‌ କହିଛନ୍ତି, ଏନ୍‌ପିଏଫ୍‌ ଦୀର୍ଘଦିନ ଧରି ଏହି ପ୍ରସଙ୍ଗରେ ବୈଠକ କରିଛି। ଏହାପରେ ଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଏନ୍‌ପିଏଫ୍‌ର କୋହିମାସ୍ଥିତ ମୁଖ୍ୟାଳୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିବା ସେ ଜଣାଇଛନ୍ତି। ବିଜେପି ଏନ୍‌ପିଏଫ୍‌ର ଆଇଡିଆ ଏବଂ ପରାମର୍ଶକୁ ଶୁଣୁନଥିବାରୁ ଦଳ ଏପରି ନିଷ୍ପତ୍ତି ନେବାକୁ ଯୋଜନା କରିଥିବା ସେ ଜଣାଇଛନ୍ତି।

ଏନ୍‌ପିଏଫ୍‌ ସରକାରରୁ ଓହରିଲେ ସୁଦ୍ଧା ମେଣ୍ଟ ସରକାର ଉପରେ ଏହା କୌଣସି ପ୍ରଭାବ ପକାଇପାରିବ ନାହିଁ। କାରଣ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ଏନ୍‌ପିଏଫ୍‌ର ମାତ୍ର ୪ ଜଣ ବିଧାୟକ ଅଛନ୍ତି। ବିଜେପିର ଏବେ ୨୯ ବିଧାୟକ ଅଛନ୍ତି। ଏଠାରେ କଂଗ୍ରେସର ୨୮ ଜଣ ବିଧାୟକ ପ୍ରାର୍ଥୀ ଜିତିଥିଲେ ମଧ୍ୟ ଗତବର୍ଷ ୮ ଜଣ ବିଧାୟକ ବିଜେପିକୁ ଚାଲିଯିବାରୁ ବିଜେପି ବିଧାୟକଙ୍କ ସଂଖ୍ୟା ୨୯ ହୋଇଛି। ମେଣ୍ଟରେ ୪ ଜଣ ବିଧାୟକଙ୍କ ସହ ଏନ୍‌ପିପି, ଜଣେ ବିଧାୟକଙ୍କ ସହ ଏଲ୍‌ଜେପି, ଜଣେ ସ୍ୱାଧୀନ ଏବଂ ଜଣେ ବିଧାୟକଙ୍କ ସହ ଆଇଟିସି ଶାସକ ମେଣ୍ଟର ସଦସ୍ୟ ଅଛନ୍ତି।



from Odisha Reporter http://bit.ly/2JJqxjI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages