ସବୁଜ ବଳୟ ସୃଷ୍ଟି ପାଇଁ ୨୦୦କୋଟି ଟଙ୍କାର ଯୋଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ସବୁଜ ବଳୟ ସୃଷ୍ଟି ପାଇଁ ୨୦୦କୋଟି ଟଙ୍କାର ଯୋଜନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପ୍ରଭାବିତ ଉପକୂଳ ଅଞ୍ଚଳରେ ସବୁଜବଳୟର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୫ବର୍ଷିଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ୨୦୦କୋଟି ଟଙ୍କା ବ୍ୟୟ ଲକ୍ଷ୍ୟ ରଖାଯାଇଛି।

ବାତ୍ୟା ପ୍ରଭାବିତ ସହରାଞ୍ଚଳରେ ବୃକ୍ଷରୋପଣ ଯୋଜନାରେ ଆସନ୍ତା ୫ବର୍ଷ ମଧ୍ୟରେ ୫ଲକ୍ଷ ବୃକ୍ଷରୋପଣ କରାଯିବ। ଚଳିତବର୍ଷ ୧ଲକ୍ଷ ଗଛ ଲଗାଯିବ। ଉପୁଡ଼ି ଯାଇଥିବା କିନ୍ତୁ ବଞ୍ôଚଯାଇଥିବା ୩୦ହଜାର ଗଛର ପୁନରୁଦ୍ଧାର ମଧ୍ୟ କରାଯିବ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକଙ୍କ ଜୀବିକାର ପୁନରୁଦ୍ଧାର ପାଇଁ ୧୨ହଜାର ହେକ୍ଟରରେ ଫଳଚାଷ କରାଯିବ। ୫ଲକ୍ଷ ଫଳ ଚାରା ଯୋଗାଇଦିଆଯିବା ସହ ଲୋକଙ୍କ ଘରବାରିରେ ୪ଲକ୍ଷ ନ୍ୟୁଟ୍ରି-ଗାର୍ଡେନ କରାଯିବ। ୫ବର୍ଷ ମଧ୍ୟରେ ୮ହଜାର ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ କରାଯିବ। ବାତ୍ୟାଞ୍ଚଳରେ ୨୦୧୮-୧୯ରେ ୬୫ଲକ୍ଷ ଚାରାରୋପଣ ଓ ଆବଣ୍ଟ କରାଯାଇଥିବାବେଳେ ଚଳିତବର୍ଷ ଏହାର ଦୁଇଗୁଣ ୧.୩୦କୋଟି ଚାରା ବଣ୍ଟନ କରାଯିବ। ବିଭିନ୍ନ ସଂସ୍ଥା ଓ ଜନସାଧାରଣଙ୍କୁ ୫୦ଲକ୍ଷ ଚାରା ମାଗଣାରେ ଦିଆଯିବ।

ତେବେ ବାତ୍ୟା ପାଇଁ ଆଜି ମଞ୍ଜୁର ହୋଇଥିବା ଏହି ୨୦୦କୋଟି ଟଙ୍କାର ସବୁଜବଳୟ ସୃଷ୍ଟି ଯୋଜନାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କାରଣ ଗତବର୍ଷ ରାଜ୍ୟ ସରକାର ‘ମହାନଦୀ ମିଶନ’ ନାଁରେ ରାଜ୍ୟର ମହାନଦୀ ଉପକୂଳ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ପାଇଁ ୫୦୦କୋଟି ଟଙ୍କା ବ୍ୟୟଧାର୍ଯ୍ୟ କରିଥିଲେ। ଏହି ମହାନଦୀ ମିଶନରେ ବ୍ୟାପକ ଅର୍ଥ ଅନିୟମିତତାର ଅଭିଯୋଗ ହୋଇଥିବାବେଳେ ଏବେ ଆଉ ୨୦୦କୋଟି ଟଙ୍କା ରାଜକୋଷ ଅର୍ଥ ଖର୍ଚ୍ଚକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।



from Odisha Reporter http://bit.ly/2JsWTQd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages