ରାହୁଲଙ୍କୁ ସୋଶାଲ୍‌ ମିଡିଆରେ ବିପୁଳ ସମର୍ଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ରାହୁଲଙ୍କୁ ସୋଶାଲ୍‌ ମିଡିଆରେ ବିପୁଳ ସମର୍ଥନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଓ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ନାଟକକୁ ନେଇ ସାରା ଦେଶରେ ହଟଚମଟ ଜାରି ରହିଛି। କଂଗ୍ରେସର ଲଜ୍ଜାଜନକ ପରାଜୟ ପାଇଁ ରାହୁଲ ଗାନ୍ଧି ନିଜକୁ ଦାୟୀ କରିବା ସହ ଇସ୍ତଫାପତ୍ର ଦେଇଥିଲେ। ତେବେ କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏହା ସର୍ବସମ୍ମତିକ୍ରମେ କାଟ ଖାଇଥିଲା।

ଏବେ ରାହୁଲ ଗାନ୍ଧି ଇସ୍ତଫାପତ୍ର ଘଟଣା କେଉଁ ମୋଡ଼ ନେଇଛି, ତାହା ଠିକ୍‌ ଭାବେ ତୃଣମୂଳସ୍ତରର କଂଗ୍ରେସ କର୍ମୀ ଓ ନେତାଙ୍କ ପାଖରେ ପହଞ୍ଚି ପାରିନାହିଁ।

ଅନ୍ୟପକ୍ଷରେ ଏବେ ସୋଶାଲ୍‌ ମିଡିଆରେ ରାହୁଲ ଗାନ୍ଧିଙ୍କ ସପକ୍ଷରେ କଂଗ୍ରେସ କର୍ମୀ ଓ ନେତା ପ୍ରଚାର ଆରମ୍ଭ କରିଛନ୍ତି। ସୋଶାଲ୍‌ ମିଡିଆରେ ହ୍ୟାଶଟାଗ ‘ଆଇ ଷ୍ଟାଣ୍ଡ ୱିଥ ରାହୁଲ ଗାନ୍ଧି’ ନାମରେ ଏକ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏଥିସହ ଲୋକସଭାରେ ରାହୁଲ ଗାନ୍ଧି ଯେଉଁଭଳି ପ୍ରଚାର କରିଥିଲେ, ତା’କୁ ମଧ୍ୟ ଦଳୀୟ କର୍ମୀ ଏବଂ ନେତା ସମର୍ଥନ କରିଛନ୍ତି।

ସର୍ବ ଭାରତୀୟ ମହିଳା କଂଗ୍ରେସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ଆପଣ ଗୋଟିଏ ଯୁଦ୍ଧକୁ ଜିତିବା ପାଇଁ ଦୁଇଥର ଲଢ଼େଇ କରିପାରନ୍ତି। ଏହି ଲଢ଼େଇରେ ଆମେ ଆପଣଙ୍କ ସହ ରହିଛୁ।” ‘ଆଇ ଷ୍ଟାଣ୍ଡ ୱିଥ ରାହୁଲ ଗାନ୍ଧି’ ପ୍ରଚାର କାର୍ଯ୍ୟକ୍ରମରେ ଶହଶହ କଂଗ୍ରେସ କର୍ମୀ ଓ ନେତା ସାମିଲ ହୋଇ ରାହୁଲଙ୍କୁ ସମର୍ଥନ କରିଛନ୍ତି।



from Odisha Reporter http://bit.ly/2MbrSme

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages