କଂଗ୍ରେସକୁ ‘ଫୋନି’ ମାଡ଼ିଗଲା: ସୁର ରାଉତରାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

କଂଗ୍ରେସକୁ ‘ଫୋନି’ ମାଡ଼ିଗଲା: ସୁର ରାଉତରାୟ

sura

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସକୁ ହରାଇଛନ୍ତି କଂଗ୍ରେସ ଲୋକ। ଯେଉଁମାନଙ୍କୁ ଟିକେଟ୍ ଦିଆଯାଇଥିଲା, ସେମାନେ ଟିକେଟ୍ ପାଇଲା ପରେ ଫେରାଇଦେଲେ। ଫଳରେ ଗାଁ ଗହଳିଠୁ ସହର ପର୍ଯ୍ୟନ୍ତ କଥା ବ୍ୟାପିଗଲା, କଂଗ୍ରେସ ଦୁର୍ବଳ ହୋଇଯାଇଛି। ଚଳିତ ନିର୍ବାଚନରେ ୧୦ରୁ ୧୨ ଜଣ ନେତା ଟିକେଟ୍ ଫେରାଇଦେଲେ। ଆମେ ହାରିବାର ଏହା ଏକ ପ୍ରମୁଖ କାରଣ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ।

ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ନେଇ ସେ ଆଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ଏଥର କଂଗ୍ରେସକୁ ‘ଫୋନି’ ମାଡ଼ିଗଲା। ଏଥର ଭଗବାନ ୯ଟି ଗ୍ରହକୁ ବିଧାନସଭାକୁ ପଠାଇଛନ୍ତି। ଆମ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଆମେ ସମସ୍ତେ କାମ କରିବୁ। ସରକାରଙ୍କ ତ୍ରୁଟିକୁ ଲୋକଲୋଚନକୁ ଆଣିବୁ। ସରକାରଙ୍କ ଯେଉଁ କାର୍ଯ୍ୟ ମାନ୍ଦା ହୋଇଯିବ ତା’କୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରିବୁ। ନିଜ ଦାୟିତ୍ୱ ତୁଲାଇବାରେ ଯଦି ସରକାର ବିଫଳ ହେବେ ତାଙ୍କୁ ବିଦା କରିବାକୁ ନବଗ୍ରହ ଲାଗି ପଡ଼ିବୁ।”

ଏଥର କଂଗ୍ରେସ ନେତାଙ୍କ ପୁତ୍ରମୋହ ଦଳକୁ ଭାରି ପଡିଛି। ଏହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହା ଉପରେ ମଧ୍ୟ ମତ  ରଖିଛନ୍ତି ସୁର ରାଉତରାୟ । ସେ କହିଛନ୍ତି,“ରାହୁଲ ଗାନ୍ଧି ତାଗିଦ୍‌ କରି ସାରିଛନ୍ତି।  ଏଥର ଯେତେବେଳେ ନିର୍ବାଚନ ହେବ, ସମସ୍ତେ ସଜାଗ ରହିବେ। ପୁତ୍ରଠୁ ଦୂରରେ ରହିବେ। ଯଦି ପୁତ୍ରକୁ ଟିକେଟ୍ ଦେବେ, ବାପା ଟିକେଟ୍‌ଠୁ ଦୂରେଇ ରହିବେ।”



from Odisha Reporter http://bit.ly/2WmbN0Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages