
ନୂଆଦିଲ୍ଲୀ: ନିର୍ବାଚନର ଠିକ୍ ପୂର୍ବରୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର ପାଇଁ ଅଚାନକ ଦେଶବାସୀଙ୍କ ଟିଭି ଚ୍ୟାନେଲ୍ରେ ନମୋ ଟିଭି ନାମରେ ଏକ ଚ୍ୟାନେଲ୍ ଯୋଡ଼ି ହୋଇଯାଇଥିଲା। ଏବେ ଅନୁରୂପ ଭାବେ ଅପ୍ରତ୍ୟାଶିତ ଢଙ୍ଗରେ ଏହି ନମୋ ଟିଭି ଚ୍ୟାନେଲ ଗାଏବ ହୋଇଯାଇଛି। ମାର୍ଚ୍ଚ ୨୬ରୁ ଏହା ସମସ୍ତ ଦର୍ଶକଙ୍କ ଟିଭି ଚ୍ୟାନେଲ୍ରେ ଯୋଡ଼ି ହୋଇଥିଲା।
ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ଏହା ବନ୍ଦ ହୋଇଯାଇଛି। ବିଜେପି ଟଙ୍କାରେ ଚାଲିଥିବା ଏହି ଚ୍ୟାନେଲ୍କୁ ନେଇ ବିରୋଧୀ ଅଭିଯୋଗ ମଧ୍ୟ କରିଥିଲେ। ଏହା କେବଳ ବିଜେପି ଓ ମୋଦିଙ୍କ ପ୍ରଚାର କରୁଥିବାରୁ ଏହା ଉପରେ ରୋକ ଲାଗିବା ପାଇଁ ମଧ୍ୟ ଦାବି ହୋଇଥିଲା।
ଡିଟିଏଚ୍ ଅପରେଟର ଯଥା, ଟାଟା ସ୍କାଏ, ଭିଡିଓକନ୍, ଓ ଡିସ୍ ଟିଭି ଏହାର ପ୍ରସାରଣ କରୁଥିଲା। ଏହା ଏକ ଦେୟମୁକ୍ତ ଚ୍ୟାନେଲ ଥିଲା। ବିଜେପିର ପ୍ରଚାର କରୁଥିବା ଚ୍ୟାନେଲ ପାଇଁ ନିର୍ବାଚନ କମିଶନ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ମଧ୍ୟ ନୋଟିସ୍ କରିଥିଲେ। କିନ୍ତୁ ଏବେ ଏହା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।
ଗତକାଲି ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ ନରେନ୍ଦ୍ର ମୋଦି ପୁଣିଥରେ କ୍ଷମତା ଦଖଲ କରିବେ ବୋଲି କୁହାଯାଇଛି। ଅର୍ଥାତ ନମୋ ଯାଦବୁ ପୁଣି ଦେଶବାସୀ ଦେଖିପାରନ୍ତି।
from Odisha Reporter http://bit.ly/2WcVOCd
No comments:
Post a Comment