୬୩ଟି କେନ୍ଦ୍ରରେ ହେବ ଭୋଟଗଣତି, ବିଳମ୍ବରେ ଆସିବ ଫଳାଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

୬୩ଟି କେନ୍ଦ୍ରରେ ହେବ ଭୋଟଗଣତି, ବିଳମ୍ବରେ ଆସିବ ଫଳାଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ମେ’୨୩ରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାର ୬୩ଟି କେନ୍ଦ୍ରରେ ଭୋଟଗଣତି ହେବ। ଏଥିରୁ ୬ଟି ଜିଲ୍ଲାରେ ମାତ୍ର ୨ଟି ଲେଖାଏ ବିଧାନସଭା ଆସନ ପାଇଁ ଗଣନା କେନ୍ଦ୍ର ଥିବାବେଳେ ଦେବଗଡ଼ ଜିଲ୍ଲାରେ ମାତ୍ର ଗୋଟିଏ କେନ୍ଦ୍ର ରହିଛି। ତେବେ ଭୋଟଗଣନା ନିମନ୍ତେ ଅତିରିକ୍ତ ଟେବୁଲର ବ୍ୟବସ୍ଥା ପାଇଁ ସ୍ଥାନ ଅଭାବ ଥିବାରୁ ୮ଟି ଜିଲ୍ଲାର ଭୋଟ ଫଳାଫଳ ଆସିବାରେ ଅପେକ୍ଷାକୃତ ବିଳମ୍ବ ହେବ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୪୬ ବିଧାନସଭା ଓ ୨୧ଟି ଲୋକସଭା ଆସନ ପାଇଁ ହୋଇଥିବା ନିର୍ବାଚନ ଗଣତି କାର୍ଯ୍ୟ ରାଜ୍ୟର ସମସ୍ତ ୩୦ ଜିଲ୍ଲାର ୬୩ଟି କେନ୍ଦ୍ରରେ ହେବ। ତେବେ ଚଳିତଥର ଇଭିଏମ୍ ଓ ଭିଭିପ୍ୟାଟ୍ ଉପଯୋଗ ହୋଇଥିବାରୁ ନିର୍ବାଚନ ଫଳାଫଳ ଆସିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଭୋଟ ଗଣନାକୁ ଶୀଘ୍ର ସାରିବା ପାଇଁ ୨୨ଟି ଜିଲ୍ଲାରେ ଥିବା ଗଣନା କେନ୍ଦ୍ରରେ ଅତିରିକ୍ତ ଟେବୁଲ ବ୍ୟବସ୍ଥା ନିମନ୍ତେ ନିର୍ବାଚନ କମିଶନ ଅନୁମତି ଦେଇଥିବାବେଳେ ଅନ୍ୟ ୮ଟି ଜିଲ୍ଲା ଯଥା ବରଗଡ଼, ସୋନପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ନୟାଗଡ଼ ଓ ନବରଙ୍ଗପୁରରେ ଥିବା ଭୋଟଗଣନା କେନ୍ଦ୍ରରେ ସ୍ଥାନ ଅଭାବରୁ ଅତିରିକ୍ତ ଟେବୁଲ ବ୍ୟବସ୍ଥା ହୋଇପାରିନି। ଏହି ୮ଟି ଜିଲ୍ଲାରେ ୧୧ଟି ଭୋଟଗଣନା କେନ୍ଦ୍ର ଥିବାବେଳେ ଏହା ଅଧୀନରେ ୪୧ଟି ବିଧାନସଭା ଆସନ ପାଇଁ ଭୋଟ ଗଣନା ହେବ। ତେଣୁ ଏହି ୮ଟି ଜିଲ୍ଲାରେ ଭୋଟ ଗଣତି ଫଳାଫଳ ଆସିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି।

ପୂର୍ବରୁ ନିର୍ବାଚନ କମିଶନ ପ୍ରତ୍ୟେକ ଗଣନା କେନ୍ଦ୍ରରେ ୧୪ଟି ଟେବୁଲ ( ୭ଟି ବିଧାନସଭା ଓ ୭ଟି ଲୋକସଭା) ପାଇଁ ବ୍ୟବସ୍ଥା କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହି ୮ଟି ଜିଲ୍ଲାକୁ ଛାଡ଼ି ବାକି ୨୨ଟି ଜିଲ୍ଲାରେ ୬୩ଟି ବିଧାନସଭା ଆସନ ପାଇଁ ଶୀଘ୍ର ଗଣନା ନିମନ୍ତେ ଅଧିକ ସଂଖ୍ୟକ ଟେବୁଲ ବ୍ୟବସ୍ଥା କରିବାକୁ କମିଶନ ଅନୁମତି ଦେଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।



from Odisha Reporter http://bit.ly/2VziFUg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages