
ସୋର (ଶଶିକାନ୍ତ ବେହେରା): ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କ ଠାରୁ ଟଙ୍କା, ସୁନା ଓ ରୁପା ଲୁଟି ନେଲେ ଦୁର୍ବୃତ୍ତ। ଏନେଇ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଖଇରା ବ୍ଲକ୍ ମିରିପୁର ଗାଁର ମହେଶ ପ୍ରସାଦ ସାହୁଙ୍କର ସାଲୋ ବଜରରେ ଏକ ଗହଣା ଦୋକାନ ରହିଛି। ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ନିଜ ମୋଟର ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ଭୁଗପୁର ଗାଁ ନିକଟରେ ଥିବା ଜଙ୍ଗଲ ପାଖରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ୨୦ ହଜାର ଟଙ୍କା ସହ ୫ କିଲୋରୁ ଅଧିକ ରୁପା, ୫୦ ଗ୍ରାମ୍ ସୁନା ଓ ଦୋକାନ ଖାତା ଲୁଟି ନେଇଥିଲେ। ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ମଧ୍ୟ ସେମାନେ ମହେଶଙ୍କୁ ଧମକ ଦେଇଥିଲେ।
from Odisha Reporter http://bit.ly/30vD4Np
No comments:
Post a Comment