ମୋତେ କାହିଁକି କେମିତି କେମିତି ଲାଗୁଛି: ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ମୋତେ କାହିଁକି କେମିତି କେମିତି ଲାଗୁଛି: ଦାମ

dama

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋ ଆସନରେ କ’ଣ ହେବ, ତାହା ମୁଁ କଳନା କରିପାରୁନି। ମୋତେ କାହିଁକି କେମିତି କେମିତି ଲାଗୁଛି। ତେବେ ମୋ ସମର୍ଥକ କହୁଛନ୍ତି ୪/୫ ହଜାର ଭୋଟରେ ଜିତିବି।” ସାରା ରାଜ୍ୟର ନିର୍ବାଚନୀ ଗଣିତ କଳନା କରିଥିବା ବିଜେପିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନିଜ ଆସନର କଳନା ନ କରିପାରି ଆଜି ଏମିତି ମନ୍ତବ୍ୟ ଦେଇଛନ୍ତି।

ଅନ୍ୟପକ୍ଷରେ ସେ କହିଛନ୍ତି, ଓଡ଼ିଶାରେ ଏଥର ଝୁଲା ବିଧାନସଭା ହେବ। ବିଜେଡି ୬୦ରୁ ଅଧିକ ଆସନ ପାଇବ। ବିଜେଡିର ଆସନ ସଂଖ୍ୟା ୭୩ ଛୁଇଁବନି। ସେହିଭଳି ବିଜେପି ୫୦ରୁ ୫୫ ଏବଂ କଂଗ୍ରେସ ୨୫ରୁ ୩୦ଟି ଆସନ ପାଇବ। ଏଭଳି ସ୍ଥିତିରେ ଓଡ଼ିଶାରେ ମିଳିତ ସରକାର ସମ୍ଭାବନା ଦେଖାଦେଇଛି।”

ଡା. ରାଉତ ଆହୁରି କହିଛନ୍ତି, ଉପକୂଳ ଓଡ଼ିଶାରେ ବିଜେପି ୭୩ଟି ଆସନରୁ ୩୦ଟିରେ ଜିତିବ। ପାରାଦୀପରେ ବିଜେଡି ଓ ତିର୍ତ୍ତୋଲରେ ବିଜେପି ଜିତିବ। ସୂଚନାଯୋଗ୍ୟ, ପାରାଦୀପରୁ ତାଙ୍କ ପୁଅ ବିଜେଡି ଟିକେଟ୍‌ରେ ପ୍ରାର୍ଥୀ ହୋଇଛନ୍ତି।

ସେହିଭଳି ଲୋକସଭା ଆସନକୁ ନେଇ ସେ କହିଛନ୍ତି ଯେ, ଏଥର ବିଜେପି ୧୩ରୁ ୧୪ଟି ଆସନ ଜିତିବ।

ସୂଚନାଯୋଗ୍ୟ, ଦାମୋଦର ରାଉତ ଏଥର ବିଜେପି ଟିକେଟ୍‌ରେ ବାଲିକୁଦା-ଏରସମା ଆସନରୁ ପ୍ରାର୍ଥୀ ହୋଇଛନ୍ତି।


from Odisha Reporter http://bit.ly/2EhsAI0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages