
ଆମେଠି: ଉତ୍ତର ପ୍ରଦେଶର ଆମେଠିରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏହି ଆମେଠି ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ସ୍ମୃତି ଇରାନୀଙ୍କୁ ବିଜେପି ଟିକେଟ୍ ଦେଇଛି।
ବର୍ତ୍ତମାନ ସୁଦ୍ଧା ଗଣତି ଅନୁଯାୟୀ, ରାହୁଲ ଗାନ୍ଧିଙ୍କୁ ସ୍ମୃତି ଇରାନୀ ପଛରେ ପକାଇ ଦେଇଛି। ସ୍ମୃତି ଇରାନୀ ୪୯ ହଜାର ୧୮୮ ଖଣ୍ଡ ଭୋଟ ପାଇଥିବା ବେଳେ ରାହୁଲ ଗାନ୍ଧି ୪୪, ୫୩୯ ଖଣ୍ଡ ଭୋଟ ପାଇଛନ୍ତି। ଅର୍ଥାତ ରାହୁଲ ୪, ୬୪୯ ଖଣ୍ଡ ଭୋଟ୍ରେ ସ୍ମୃତିଙ୍କ ଠାରୁ ପଛରେ ରହିଛନ୍ତି। ୨୦୧୪ରେ ରାହୁଲ ଗାନ୍ଧି ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟ୍ରେ ସ୍ମୃତି ଇରାନୀଙ୍କୁ ପରାସ୍ତ କରିଥିଲେ। ହେଲେ ଏଥର ରାହୁଲଙ୍କ ପାଇଁ ବିଜୟ ସହଜ ହେବନାହିଁ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ରାହୁଲ ଗାନ୍ଧି ଏଥର ଆମେଠି ସହ କେରଳର ୱାୟନାଡ଼ରୁ ପ୍ରାର୍ଥୀ ହୋଇଛନ୍ତି। ଆମେଠିରେ ପଛରେ ପଡ଼ିଥିବା ରାହୁଲ କିନ୍ତୁ ୱାୟନାଡ଼ରେ ୬୪% ଭୋଟ୍ ପାଇଁ ସବୁ ବିରୋଧୀ ପ୍ରାର୍ଥୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି।
from Odisha Reporter http://bit.ly/2Qn0wbi
No comments:
Post a Comment