
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ବିଜେଡି ସପକ୍ଷରେ ଯାଇଥିବା ଫଳାଫଳର ପ୍ରଭାବ ନିର୍ବାଚନ ହେବାକୁ ବାକି ଥିବା ପାଟକୁରା ଆସନ ଉପରେ ପଡ଼ିବ ନାହିଁ। ଆଜି ଏଭଳି ଦମ୍ଭୋକ୍ତି କରିଛନ୍ତି ପାଟକୁରା ଆସନରୁ ଲଢୁଥିବା ପୂର୍ବତନ ମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।
ସେ କହିଛନ୍ତି,“ପାଟକୁରା ଭୋଟର ଖରିଦ କିମ୍ବା ବିକ୍ରି ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ। ପୂର୍ବରୁ ଏଠାକାର ଭୋଟର ଯାହା ମନ ସ୍ଥିର କରିଛନ୍ତି, ସେଥିରେ ପରିବର୍ତ୍ତନ କରିବେନି। ଯଦିଓ ପାଟକୁରା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନି, ତଥାପି ସରକାରୀ କଳ ଓ ଅର୍ଥର ଅପବ୍ୟବହାର କଲେ ମଧ୍ୟ ଧର୍ମ ଓ ନ୍ୟାୟର ଜୟ ହେବ।”
ଦୀର୍ଘ ୨୦ ବର୍ଷ ଧରି ବିଜେଡି ନେତୃତ୍ଵ ସରକାରୀ କଳ, ବଳ ଓ କୌଶଳ ଲଗାଇ ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବିଧାନସଭାରୁ ଦୂରେଇ ରଖିବାରେ ସଫଳ ହୋଇଛନ୍ତି। ଏକଥା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି। କିନ୍ତୁ ଏଥର ପରିସ୍ଥିତି ଭିନ୍ନ ହେବ ବୋଲି ବିଜୟଙ୍କ ସମର୍ଥକମାନେ ଆଶା କରୁଛନ୍ତି।
from Odisha Reporter http://bit.ly/2HBs7m4
No comments:
Post a Comment