କିଏ ହେବେ ବିରୋଧୀ ଦଳ ନେତା? ୩୦ ପରେ ହୋଇପାରେ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

କିଏ ହେବେ ବିରୋଧୀ ଦଳ ନେତା? ୩୦ ପରେ ହୋଇପାରେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ରାଜନୀତିରେ ପ୍ରଥମ ଥର ଲାଗି ମୁଖ୍ୟ ବିରୋଧୀ ଭୂମିକାରେ ବିଜେପି ରହିବ। କଂଗ୍ରେସକୁ ପଛରେ ପକାଇ ଦଳ ଏହି ଯୋଗ୍ୟତା ହାସଲ କରିଛି। ତେବେ ବିରୋଧୀ ଦଳ ନେତା କିଏ ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ପରେ ଅର୍ଥାତ ୩୦ ତାରିଖ ପରେ ବିଜେପି ବିଧାୟକ ଦଳ ବୈଠକ ବସି ନେତା ଚୟନ କରାଯିବ। ତେବେ ସମ୍ବଲପୁରରୁ ୪ ଥର ଜିତିଥିବା ଜୟନାରୟଣ ମିଶ୍ରଙ୍କ ନାଁ ବିରୋଧୀ ଦଳ ନେତା ପଦ ଲାଗି ସବୁଠୁ ଆଗରେ ଥିବା କୁହାଯାଇଛି।

ଜୟନାରାୟଣ ମିଶ୍ର ଚତୁର୍ଥ ଥର ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଜୟନାରାୟଣ ଏଥର ବିରୋଧୀ ଦଳ ନେତା ପାଇଁ ପ୍ରମୁଖ ଦାବିଦାର। ବିଜେପୁର ଉପନିର୍ବାଚନ ବେଳେ ହିଂସାକାଣ୍ଡ ଓ ହତ୍ୟା ଅଭିଯୋଗରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ତେବେ ଅସୁସ୍ଥତା ସତ୍ତ୍ୱେ ରାଜନୈତିକ ଯୁଦ୍ଧରେ ବିଜେଡିକୁ ମାତ ଦେଇ ସେ ସମ୍ବଲପୁରରେ ପୁଣି ପଦ୍ମ ଫୁଟାଇଛନ୍ତି।

ତଥାପି ବିରୋଧୀ ଦଳ ନେତା ଚୟନ ପାଇଁ ୩୦ ତାରିଖ ପରେ ବିଜେପି ବିଧାୟକ ଦଳ ବୈଠକ ବସିବ। ଏଥିରେ ଜୟନାରାୟଣଙ୍କ ନାଁ ଚୟନର ଯଥେଷ୍ଟ ସମ୍ଭାବନା ରହିଛି। ଜୟଙ୍କ ପରେ ପୂର୍ବତନ ମନ୍ତ୍ରୀ ତଥା ଏଥର ଭବାନୀପାଟଣାରୁ ଜିତିଥିବା ପ୍ରଦୀପ୍ତ ନାଏକ ଓ ଧାମନଗରରୁ ଜିତିଥିବା ଦଳର ଉପସଭାପତି ବିଷ୍ଣୁ ସେଠୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଜୟ କହିଛନ୍ତି ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ, ସେ ନିର୍ବାହ କରିବେ।

ମେଣ୍ଟ ଭାଙ୍ଗିବା ପରେ ୨୦୦୯ ଓ ୧୪ରେ ତୃତୀୟ ସ୍ଥାନକୁ ଖସିଥିଲା ବିଜେପି। ଏଥର କିନ୍ତୁ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳ ଆସନରେ ବସିବେ ବିଜେପିର ୨୩ ବିଧାୟକ। ଏମାନଙ୍କ ଭିତରୁ ୧୫ ହେଉଛନ୍ତି ନୂଆ ଚେହେରା। ସେପଟେ କଂଗ୍ରେସର ୯ ବିଧାୟକ ଭିତରେ ଅଛନ୍ତି ପୂର୍ବ ଥରର ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି, ସୁର ରାଉତରାୟ, ସନ୍ତୋଷ ସିଂହ ସାଲୁଜାଙ୍କ ପରି ଅଭିଜ୍ଞ ରାଜନେତା। ପୂର୍ବ ଥର କଂଗ୍ରେସ ଓ ବିଜେପି ବିଧାୟକ ମିଶି ବିରୋଧୀ ସିଟରେ ଥିଲେ ୨୬ ଜଣ ବିଧାୟକ। ଏଥର ସଂଖ୍ୟା ଏହା ସାମାନ୍ୟ ବଢ଼ି ୩୨ ହୋଇଛି। ତେଣୁ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାରେ ବିରୋଧୀଙ୍କୁ ଅଧିକ ବଳ ମିଳିବ।



from Odisha Reporter http://bit.ly/2M6u91U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages