
ନୂଆଦିଲ୍ଲୀ: ନିଜ ପଦରୁ ଇସ୍ତଫା ନେଇ ଜିଦରେ ଅଟଳ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କ ଇସ୍ତଫା ଅଗ୍ରାହ୍ୟ ହୋଇଥିଲା। ଏ ନେଇ ଦଳ ମଧ୍ୟ ପ୍ରେସ କନଫରେନସ କରି ସ୍ପଷ୍ଟ କରିଥିଲା। ହେଲେ ରାହୁଲ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଚାହୁଁଥିବା ଜଣାପଡ଼ିଛି।
ରାହୁଲ ଗାନ୍ଧିଙ୍କ ମା’ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଭଉଣୀ ପ୍ରିୟଙ୍କା ଗାନ୍ଧି ଭାଡ୍ରା ରାହୁଲଙ୍କୁ ନିଜ ନିଷ୍ପତ୍ତିରୁ ଓହରିବା ପାଇଁ ବୁଝାଶୁଝା କରୁଥିବା ଜଣାପଡ଼ିଛି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ରାହୁଲ ନେବେ ବୋଲି ଜଣାପଡ଼ିଛି।
ଯଦି ରାହୁଲ ଗାନ୍ଧି ଇସ୍ତଫା ନେଇ ନିଜ ଜିଦରେ ଅଟଳ ରହିବେ, ତା’ହେଲେ କିଏ କଂଗ୍ରେସର ମୁଖିଆ ହେବେ, ସେ ନେଇ ଦଳର ବରିଷ୍ଠ ନେତା ପ୍ରଶ୍ନ କରିଛନ୍ତି।
from Odisha Reporter http://bit.ly/2wnju8c
No comments:
Post a Comment