ଓଡ଼ିଶାରେ ସବୁ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ୩.୨୮ଲକ୍ଷ ଭୋଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ଓଡ଼ିଶାରେ ସବୁ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ୩.୨୮ଲକ୍ଷ ଭୋଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ଓଡ଼ିଶାରେ ବହୁସଂଖ୍ୟକ ‘ନୋଟା’ ଭୋଟ୍ ପଡ଼ିଛି। ରାଜ୍ୟର ୨୧ଟି ସଂସଦୀୟ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ମୋଟ ୩ ଲକ୍ଷ ୨୮ହଜାର ୨୭୭ ଭୋଟର ନାପସନ୍ଦ କରି ନନ୍ ଅଫ ଦି ଏବଭ୍ (ନୋଟା)ରେ ଭୋଟ୍ ଦେଇଛନ୍ତି। ନୋଟାରେ ନବରଙ୍ଗପୁରରେ ସର୍ବାଧିକ ୪୪,୫୮୨ଟି ଭୋଟ୍ (୩.୮୪%) ପଡ଼ିଥିବା ବେଳେ ଜଗତସିଂହପୁରରେ ସର୍ବନିମ୍ନ ୬୦୫୭ଟି ଭୋଟ୍ (୦.୪୯%) ପଡ଼ିଛି।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ମୋଟ ପ୍ରାୟ ୩.୧୮କୋଟି ଭୋଟରଙ୍କ ମଧ୍ୟରୁ ସଂସଦୀୟ ନିର୍ବାଚନରେ ମୋଟ ୨କୋଟି ୧୫ଲକ୍ଷ ୬୬ହଜାର ୩୮୮ଜଣ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ମାତ୍ର ଏମାନଙ୍କ ମଧ୍ୟରୁ ୩ଲକ୍ଷ ୨୮ ହଜାର ୨୭୭ଜଣ ଭୋଟର ସମସ୍ତ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯାହାକି ମତାଧିକାର ସାବ୍ୟସ୍ତ କରିଥିବା ଭୋଟର ୧.୫୨ ପ୍ରତିଶତ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଦିବାସୀ ବହୁଳ ଜିଲ୍ଲାରେ ‘ନୋଟା’ ଭୋଟର ପ୍ରତିଶତ ସର୍ବାଧିକ। କୋରାପୁଟ ଲୋକସଭା ଆସନରେ ୩୬,୫୬୧(୩.୩୮%) ଭୋଟ୍ ନୋଟାରେ ପଡ଼ିଥିବାବେଳେ ମୟୂରଭଞ୍ଜ ଆସନରେ ୨୧,୩୫୭(୧.୮୬%), କଳାହାଣ୍ଡି ଲୋକସଭା ଆସନରେ ୨୧,୧୯୯(୧.୭୩%), କେନ୍ଦୁଝର ଆସନରେ ୧୯,୨୦୪(୧.୬୩%), କନ୍ଧମାଳରେ ୧୩,୨୫୩(୧.୪୧%), ବଲାଙ୍ଗୀରରେ ୧୬,୦୦୧(୧.୨୨%), ବରଗଡ଼ରେ ୧୪,୧୬୭(୧.୧୪%) ଭୋଟ୍ ନୋଟାରେ ପଡ଼ିଥିବାବେଳେ ଉପକୂଳ ଓଡ଼ିଶାରେ କୌଣସି ଲୋକସଭା ଆସନରେ ନୋଟା ଭୋଟ ହାର ୧ପ୍ରତିଶତରୁ ଅଧିକ ହୋଇନାହିଁ।



from Odisha Reporter http://bit.ly/2WrCmBL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages