
ଇଟାନଗର: ଅରୁଣାଚଳ ପ୍ରଦେଶରେ ହୋଇଥିବା ଏକ ଉଗ୍ରବାଦୀ ହମ୍ଲାରେ ଜଣେ ଏନ୍ପିପି ବିଧାୟକ ଏବଂ ତାଙ୍କ ପରିବାର ଲୋକଙ୍କ ସମେତ ଅନ୍ୟ ୬ ଜଣ ପ୍ରାଣ ହରାଇଛନ୍ତି। ଖନ୍ସା ପଶ୍ଚିମରୁ ବିଧାୟକ ଥିବା ତିରୋଙ୍ଗ ଆବୋଙ୍କୁ ଏହି ଆକ୍ରମଣରେ ହତ୍ୟା କରାଯାଇଛି। ଚଳିତ ନିର୍ବାଚନରେ ମଧ୍ୟ ସେ ଏହି ବିଧାନସଭା ଆସନରୁ ଲଢ଼ିଛନ୍ତି ଏବଂ ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ସହ ଏହାର ଫଳାଫଳ ପ୍ରକାଶ ପାଇବ। ଏହି ଆକ୍ରମଣ ପଛରେ ନ୍ୟାସନାଲ ସୋଶାଲିଷ୍ଟ କାଉନ୍ସିଲ ଅଫ୍ ନାଗାଲ୍ୟାଣ୍ଡ (ଏନ୍ଏସ୍ସିଏନ୍) ଉଗ୍ରବାଦୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି।
ଅରୁଣାଚଳପ୍ରଦେଶର ତିରାପ ଜିଲ୍ଲାସ୍ଥିତ ବୋଗାପାନି ଗାଁରେ ଏହି ଘଟଣା ଘଟିଛି। ମେଘାଳୟ ମୁଖ୍ୟମନ୍ତ୍ରୀ ତଥା ଉତ୍ତରପୂର୍ବ ଭାରତର ପ୍ରମୁଖ ଦଳ ଏନ୍ପିପିର ମୁଖ୍ୟ କନରାଡ୍ କେ ସାଙ୍ଗମା ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି, “ତିରୋଙ୍ଗ ଆବୋ ଏବଂ ତାଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ଦଳପକ୍ଷରୁ ନିନ୍ଦା କରାଯାଇଛି। ଏହି ଆକ୍ରମଣ ପଛରେ ଥିବା ଦୋଷୀଙ୍କ ବିରୋଧରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବାକୁ ମୁଁ ଆହ୍ୱାନ କରୁଛି।”
from Odisha Reporter http://bit.ly/2YMtsfV
No comments:
Post a Comment