
ନୂଆଦିଲ୍ଲୀ: ୫୦ ପ୍ରତିଶତ ଇଭିଏମ୍ ଏବଂ ଭିଭିପ୍ୟାଟ୍ ଭେଟ ମିଳାଇବା ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ। ପୁଣି ଥରେ ନିର୍ବାଚନ କମିଶନଙ୍କ ପାଖରେ ୫୦ ପ୍ରତିଶତ ଭୋଟ ଇଭିଏମ୍ ଏବଂ ଭିଭିପ୍ୟାଟ ଭୋଟ ଗଣତି ପାଇଁ ନିବେଦନ କରିବେ ବୋଲି ବିରୋଧୀ କହିଛନ୍ତି। ଏହାପରେ ଲୋକଙ୍କ ପାଖକୁ ନେଇ ଏହି ପ୍ରସଙ୍ଗ ଯିବେ ବୋଲି କହିଛନ୍ତି।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ପ୍ରତିକ୍ରିୟାରେ କହିଛନ୍ତି ନିର୍ବାଚନରେ ସ୍ୱଚ୍ଛତା ଆଣିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ। ଏହା ଉଭୟ ରାଜନୀତିକ ଦଳ ଏବଂ ଜନତାଙ୍କ ପାଇଁ ଗୁରୁତ୍ୱ ବହନ କରେ। ପୁଣି ଥରେ ନିର୍ବାଚନ କମିଶନଙ୍କ ପାଖକୁ ଏହି ପ୍ରସଙ୍ଗକୁ ନେଇ ଯିବୁ।
ସେହପରି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସର ପୂର୍ବତନ ଅଧ୍ୟକ୍ଷ ଫାରକୁ ଅବଦୁଲ୍ଲା କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟକୁ ସେ ସମ୍ମାନ ଜଣାଉଛନ୍ତି। ନିର୍ବାଚନ ସବୁବେଳେ ଅବାଧ ଓ ନିରପେକ୍ଷ ହେବା ଦରକାର। ନିର୍ବାଚନ କମିଶନଙ୍କ ପାଖକୁ ପୁଣିଥରେ ଏହି ପ୍ରସ୍ତାବ ନେଇ ବିରୋଧୀ ଦଳ ଯିବେ। ଯଦି ରାଜି ନହୁଅନ୍ତି ତାହେଲେ ଲୋକଙ୍କ ପାଖକୁ ନେଇ ଏହି ପ୍ରସଙ୍ଗ ଯିବେ ବୋଲି ସେ କହିଛନ୍ତି।
from Odisha Reporter http://bit.ly/2Ltdupb
No comments:
Post a Comment