
ଜୟପୁର: ମହିଳା ଆଇପିଏଲ୍ ବା ମହିଳା ଟି-୨୦ ଚ୍ୟାଲେଞ୍ଜ ବେଶ ରୋମାଞ୍ଚକର ଢଙ୍ଗରେ ଆରମ୍ଭ ହୋଇଛି। ସୋମବାର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ ଦଳ ମାତ୍ର ୨ ରନ୍ରେ ସୁପରନୋଭାଜ୍ ଦଳକୁ ପରାସ୍ତ କରିଛି। ସୁପରନୋଭାଜ୍ର ଅଧିନାୟକ ହରମନପ୍ରୀତ କୌର ଅପରାଜିତ ୪୬ ରନ୍ର ଇନିଂସ୍ ଖେଳିଥିଲେ ହେଁ ଏହା ଦଳକୁ ବିଜୟୀ କରିବାରେ ଯଥେଷ୍ଟ ହୋଇପାରି ନଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ସ୍ମୃତି ମନ୍ଧାନାଙ୍କ ଟ୍ରେଲ୍ ବ୍ଲେଜର୍ସ ନିର୍ଦ୍ଧାରିତ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୧୪୦ ରନ୍ କରିଥିଲା। ଏହାର ଜବାବରେ ସୁପରନୋଭାଜ୍ ୬ ୱିକେଟ୍ ହରାଇ ମାତ୍ର ୧୩୮ ରନ୍ କରିବାକୁ ସକ୍ଷମ ହୋଇଥିଲା।
ଟ୍ରେଲ୍ ବ୍ଲେଜର୍ସ ପକ୍ଷରୁ ସୋଫିଆ ଏସ୍କଲ୍ଷ୍ଟୋନ୍ ଓ ରାଜେଶ୍ୱରୀ ଗାଏକ୍ୱାଡ଼ ୨ଟିସ ଲେଖାଏ ୱିକେଟ୍ ନେଇଥିବା ବେଳେ ୨ଟି ୱିକେଟ୍ ରନ୍ ଆଉଟ୍ରୁ ମିଳିଥିଲା। ବ୍ୟାଟିଂରେ ଟ୍ରେଲବ୍ଲେଜର୍ସ ପକ୍ଷରୁ ଅଧିନାୟକ ସ୍ମୃତି ମନ୍ଧାନା ସର୍ବାଧିକ ୯୦ ରନ୍ର ଇନିଂସ୍ ଖେଳିଥିଲେ।
from Odisha Reporter http://bit.ly/2VSk8sT
No comments:
Post a Comment