
ନୂଆଦିଲ୍ଲୀ: ରବିବାର ସପ୍ତମ ପର୍ଯ୍ୟାୟ ନିର୍ବାଚନ ପରେ ସବୁ ରାଜନୀତିକ ଦଳର ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି। ଆସନ୍ତା ୨୩ରେ ଇଭିଏମ ଖୋଲିବା ସହ ଫଳାଫଳ ପ୍ରକାଶ ପାଇବ। ୨୦୧୪ ପରି ୨୦୧୯ରେ ପୁଣିଥରେ କେନ୍ଦ୍ରରେ ମୋଦି ୱେଭ ଦେଖିବାକୁ ମିଳିବ ନା କଂଗ୍ରେସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ୨୦୦୯ ଫଳାଫଳର ପୁନାରାବୃତ୍ତି କରିବ? ଏଥିପାଇଁ ସମସ୍ତେ ଚାତକ ଭଳି ଅପେକ୍ଷା କରିଛନ୍ତି।
କିନ୍ତୁ ଇତିମଧ୍ୟରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ ଫଳାଫଳ ପ୍ରକାଶ ପାଇଛି। ଏକଜିଟ୍ ପୋଲ ଅନୁଯାୟୀ ଏନ୍ଡିଏ ସରକାର ପୁଣିଥରେ କେନ୍ଦ୍ରରେ ବହୁମତ ସହ ସରକାର ଗଠନ କରିବ ବୋଲି କୁହାଯାଇଛି। ତେବେ ଆଜି ଇ-ଚୁନାବ ବା ଇଣ୍ଟରନେଟ୍ରେ ଲୋକମାନେ ଦେଇଥିବା ମତାମତ ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ମାଇଁ ଆକ୍ସିସ୍ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପୁଣିଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବ ବୋଲି ଏଥିରୁ ସ୍ପଷ୍ଟ ହୋଇଛି।
୫୪୨ ଲୋକସଭା ଆସନ ପାଇଁ ହୋଇଥିବା ଭୋଟ୍ରେ ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୨୭୨। ତେବେ ଇ-ଚୁନାବ ଅନୁଯାୟୀ, ଏନ୍ଡିଏ ଏଥର ୩୨୬ଟି ଆସନ ପାଇ ସରକାର ଗଠନ କରିବ ବୋଲି କୁହାଯାଇଛି। ସେହିପରି ଏନ୍ଡିଏକୁ କଡ଼ା ଚ୍ୟାଲେଞ୍ଜ ଦେଉଥିବା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମାତ୍ର ୧୧୨ଟି ଆସନରେ ସୀମିତ ରହିବ।
ମାୟାବତୀ, ଅଖିଲେଶ, ନବୀନଙ୍କ ଭଳି ହେଭିୱେଟ୍ ଥିବା ଅନ୍ୟାନ୍ୟ ଦଳଗୁଡ଼ିକ ମୋଦି ୱେଭକୁ ରୋକିବାରେ ଅସମର୍ଥ ହୋଇପାରନ୍ତି। ଇ-ଚୁନାବ ଫଳାଫଳ ଅନୁଯାୟୀ, ଅନ୍ୟାନ୍ୟ ଦଳଗୁଡ଼ିକର ଆସନ ସଂଖ୍ୟା ୧୦୫ ରହିବ।
ଇ-ଚୁନାବ ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇ ମେ’ ୧୯ ତାରିଖ ସନ୍ଧ୍ୟା ୫ଟା ଯାଏ ଚାଲିଥିଲା। ୨.୫ ଲକ୍ଷ ଲୋକ ପଞ୍ଜିକୃତ ଲୋକ ସେମାନଙ୍କ ଓଟିପି ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଆଜିର ଇ-ଚୁନାବ ଫଳାଫଳ ସହ ରବିବାର ସନ୍ଧ୍ୟାରେ ପ୍ରକାଶ ପାଇଥିବା ଏକଜିଟ୍ ପୋଲର ଫଳାଫଳ ପ୍ରାୟ ସମାନ ରହିଛି।
ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥା ଏନ୍ଡିଏ ଚଳିତ ଥର ୩୦୦ରୁ ଅଧିକ ଆସନ ପାଇ ଦେଶରେ ସରକାର ଗଠନ କରିବେ ବୋଲି କହିଛନ୍ତି। କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ୧୩୦ରୁ କମ୍ ଆସନ ପାଇବାର ଆଶଙ୍କା ଥିବା ଏକଜିଟ୍ ପୋଲରୁ ଜଣାପଡ଼ିଛି।
ତେବେ ମେ’ ୨୩ରେ ଫଳାଫଳ କାହା ସପକ୍ଷରେ ଯାହାକୁ ତା’ହା ସ୍ପଷ୍ଟ ହେବ। କାରଣ ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
from Odisha Reporter http://bit.ly/2EjNN4q
No comments:
Post a Comment