ଶିଖର ଧୱନଙ୍କ ସ୍ତ୍ରୀ ଆୟଶା ସବୁବେଳେ ପିନ୍ଧନ୍ତି ଟୋପି, କାହିଁକି ଜାଣିଛନ୍ତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଶିଖର ଧୱନଙ୍କ ସ୍ତ୍ରୀ ଆୟଶା ସବୁବେଳେ ପିନ୍ଧନ୍ତି ଟୋପି, କାହିଁକି ଜାଣିଛନ୍ତି ?

ନୂଆଦିଲ୍ଲୀ:  କୌଣସି କାମ ନିମନ୍ତେ ଅନ୍ୟ ଉପରେ ନିର୍ଭର କରିବାକୁ ପସନ୍ଦ କରୁ ନ ଥିବା ଓ ନିଜ ଜୀବନର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଜେ ନେଉଥିବା ଜଣେ ମହିଳା ହେଉଛନ୍ତି ଦିଲ୍ଲୀର ଷ୍ଟାର ଖେଳାଳି ଶିଖର ଧୱନଙ୍କ ସ୍ତ୍ରୀ ଆୟଶା ଧୱନ। ନିଜକୁ ଫିଟ୍‌ ରଖିବାକୁ ଗୁରୁତ୍ୱ ଦେଉଥିବା ଆୟଶା ସବୁବେଳେ ସୋଶାଲ ମିଡ଼ିଆରେ ମଧ୍ୟ ଖୁବ୍‌ ଆକ୍ଟିଭ ରହିଥାନ୍ତି।

ନିଜ ସ୍ୱାମୀଙ୍କ ମନୋବଳ ବଢାଇବାକୁ ଆୟଶା ଅଧିକାଂଶ ସମୟରେ ଫିଲ୍ଢ ବାହାରେ ମହଜୁଦ ରହିଥାନ୍ତି। ହେଲେ ଆପଣମାନେ ମାର୍କ କରିଥିବେ ଆୟେଶା ଫିଲ୍ଡ ବାହାରେ ହେଉ କି ପରିବାର ସହ ମସ୍ତି କରିବାର ଯେବେ ବି ସ୍ପଟ ହୁଅନ୍ତି ସବୁବେଳେ ତାଙ୍କ ମୁଣ୍ଡରେ ଟୋପି ଥାଏ। ଏହା ପଛର କାରଣ ଜାଣିବାକୁ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା ଲାଗି ରହିଥାଏ।

ଏନେଇ ବାରମ୍ୱାର ପ୍ରଶ୍ନ ପଚରାଯିବା ପରେ ଥରେ ଆୟେଶା ଏହାର ଜବାବ ଦେବାକୁ ରାଜି ହୋଇଥିଲେ। ସେ କହିଥିଲେ, ମୁଁ ଫାଲତୁରେ ସମୟ ନଷ୍ଟ କରିବାକୁ ପସନ୍ଦ କରେ ନାହିଁ। ଜୀବନରେ ମୋ ଲାଗି ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ ମୁଁ ତାହା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିଥାଏ।  ଫିଟନେସ୍‌ ପ୍ରତି ମୋର ଅହେତୁକ ଦୁର୍ବଳତା ଥିବାରୁ ମୁଁ ତାହାକୁ  ଅଧିକ ଗୁରୁତ୍ୱ ଦେଇଥାଏ।

ଏହାବ୍ୟତୀତ ମୋତେ ପରିବାରକୁ ସମ୍ଭାଳିବାକୁ ପଡ଼ିଥାଏ। ଘର କାମ ମୁଁ ନିଜେ କରିଥାଏ। ପିଲାଙ୍କୁ ସ୍କୁଲ ଛାଡିଥାଏ, ସେମାନଙ୍କ ସହ ଖେଳିଥାଏ। ଖାଇବା ପ୍ରସ୍ତୁତ କରିଥାଏ। ନିଜ ବିଜନେସ୍‌ ସମ୍ଭାଳିଥାଏ। ଏହାପରେ ନିଜ ଲାଗି ମୋ ପାଖରେ ଖୁବ୍‌ ଅଳ୍ପ ସମୟ ବଞ୍ଚିଥାଏ।

ତେଣୁ ଏହି ସୀମିତ ସମୟ ମଧ୍ୟରେ କେଶକୁ ଷ୍ଟାଇଲିସ ଲୁକ୍‌ ଦେବା ନିମନ୍ତେ ସମୟ ବରବାଦ କରିବାକୁ ମୁଁ ପସନ୍ଦ କରେ ନାହିଁ। ଜଣେ ବ୍ୟବସାୟୀ ଓ ମା’ ହିସାବରେ ମୋ ଲାଗି ଉକ୍ତ ସମୟରେ ଯାହା ଗୁରୁତ୍ୱ ବହନ କରେ ତାହା କରିବାକୁ ମୁଁ ପ୍ରାଥମିକତା ଦେଇଥାଏ। ଏତେ ସବୁ ଦାୟିତ୍ୱ ସମ୍ଭାଳିବା ପରେ ନିଜ ପାଇଁ ମିଳୁଥିବା ଟାଇମ୍‌କୁ ମୁଁ ଏପରି ଅପଚୟ କରିବାକୁ ପସନ୍ଦ କରେ ନାହିଁ ବୋଲି କହିଛନ୍ତି ଆୟଶା ।

ଏହା ଆଗକୁ ନିଜ ପୋଷ୍ଟରେ ସେ ଫେସବୁକ୍‌ ମାଲିକ ମାର୍କ ଜୁକରବର୍ଗଙ୍କ ଉଦାହାରଣ ମଧ୍ୟ ଦେଇଛନ୍ତି। ସେମାନେ ମଧ୍ୟ ନିଜ ସମୟ ଓ ଶକ୍ତିକୁ ଏପରି କାମରେ ବରବାଦ ନ କରି ତାହାକୁ ବଞ୍ଚାଇ ରଖୁଛନ୍ତି। ଏଠାରେ କହି ରଖୁଛୁ ଯେ,ଆୟଶା ଅଷ୍ଟ୍ରେଲିଆର ରାଜଧାନୀ ମେଲବର୍ଣ୍ଣରେ ରହୁଥିବା ବେଳେ ସେ ଜଣେ ବ୍ରିଟିଶ୍‌ ବଙ୍ଗାଳି ଅଟନ୍ତି। ସବୁଠୁ ରୋଜକ କଥା ହେଲା ସେ ଶିଖରଙ୍କଠାରୁ ବୟସରେ ୧୦ ବର୍ଷ ବଡ଼।

ଶିଖରଙ୍କ ସଂସ୍ପର୍ଶରେ ଆସିବା ବେଳକୁ ସେ ବିବାହ କରି ସାରିଥିବା ବେଳେ ତାଙ୍କର ୨ ଝିଅ ମଧ୍ୟ ଥିଲେ। ୨୦୧୨ ମସିହାରେ ଆୟଶା ଓ ଶିଖର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଉଭୟଙ୍କର ଏକ ପୁଅ ଅଛି। ସେମାନଙ୍କ ସାଂସାରିକ ଜୀବନ ଏବେ ବେଶ୍‌ ହସଖୁସିରେ ଚାଲିଛି।



from Odisha Reporter http://bit.ly/2HgMIvO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages