ନାଥୁରାମ ଗଡସେଙ୍କୁ ‘ପ୍ରଥମ ହିନ୍ଦୁ ଉଗ୍ରବବାଦୀ’ କହି ଅଡୁଆରେ ଅଭିନେତା କମଲ ହାସନ, ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ନାଥୁରାମ ଗଡସେଙ୍କୁ ‘ପ୍ରଥମ ହିନ୍ଦୁ ଉଗ୍ରବବାଦୀ’ କହି ଅଡୁଆରେ ଅଭିନେତା କମଲ ହାସନ, ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ

kamal-haasan

ଚେନ୍ନାଇ/ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ‘ସ୍ୱାଧୀନ ଭାରତର ପ୍ରଥମ ଉଗ୍ରବାଦୀ’ ବୋଲି କହିବା ପରେ ଏବେ ବିବାଦୀୟ ହୋଇପଡ଼ିଛନ୍ତି ବରିଷ୍ଠ ଅଭିନେତା ତଥା ମକ୍କଲ ନିଧି ମଇୟମ୍‌ (ଏମଏନଏମ) ରାଜନୀତିକ ଦଳର ପ୍ରତିଷ୍ଠାତା କମଲ ହାସନ। ତାଙ୍କ ବିରୋଧରେ ତାମିଲନାଡୁ ପୁଲିସ ଆଜି ମାମଲା ରୁଜୁ କରିଛି । ଧର୍ମ ଆଧାରରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହି ମାମଲା ରୁଜୁ କରିଛି ତାମିଲନାଡୁ ପୁଲିସ। ସେପଟେ ସମାନ ପ୍ରସଙ୍ଗରେ କମଲ ହାସନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଛି।

କମଲ ହାସନଙ୍କ ଏହି ମନ୍ତବ୍ୟକୁ ଗତକାଲି ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ, କଂଗ୍ରେସ ଏବଂ ଡିଏମକେ ସମର୍ଥନ କରିଥିବା ବେଳେ ବିଜେପି ଓ ଏଆଇଡିଏମକେ ଏହି ମନ୍ତବ୍ୟକୁ ବିରୋଧ କରିଛନ୍ତି।

ସୂଚନା ଥାଉ କି ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ ପ୍ରଚାର କରୁଥିବା ବେଳେ କମଲ ହାସନ କହିଥିଲେ ‘ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ଜଣେ ହିନ୍ଦୁ’, ତାଙ୍କ ନାଁ ନାଥୁରାମ ଗଡସେ। ତେବେ ମୁସଲିମ ବହୁଳ ଅଞ୍ଚଳରେ ସେ ପ୍ରଚାର କରୁଥିବାରୁ ଏପରି ମନ୍ତବ୍ୟ ଦେଇ ନଥିବା କହିଥିଲେ କମଲ ହାସନ। ସେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାଣ୍ଡ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାକୁ ଆସିଛନ୍ତି ବୋଲି କହିଥିଲେ।

ତେବେ କମଲ ହାସନଙ୍କ ମନ୍ତବ୍ୟ ଦୁଇ ଧର୍ମ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ହୃଦବୋଧ ହେବା ପରେ କରୁର ଜିଲ୍ଲାର ଅରଭକୁରିଚି ପୁଲିସ ତାଙ୍କ ବିରୋଧରେ ଆଜି ମାମଲା ରୁଜୁ କରିଛି।

ବିଜେପି ନେତା ଅଶ୍ୱୀନୀ ଉପାଧ୍ୟାୟ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ କମଲ ହାସନଙ୍କ ବିରୋଧରେ ଏହି ପ୍ରସଙ୍ଗରେ ମାମଲା ରୁଜୁ କରିଛନ୍ତି। ନିର୍ବାଚନ ବେଳେ କମଲ ହାସନ ଧର୍ମ ଆଧାରରେ ମନ୍ତବ୍ୟ ରଖି ଭୋଟ ବ୍ୟାଙ୍କ ଲାଭ ଉଦ୍ଦେଶ୍ୟରେ ଏପରି ମନ୍ତବ୍ୟ ରଖିଛନ୍ତି ବୋଲି ବିଜେପି ନେତା ଜଣଙ୍କ ନିଜ ଆବେଦନରେ ଦର୍ଶାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ବେଳେ ଧର୍ମ, ଜାତି ଆଧାରରେ ପ୍ରଚାର କରିବା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି ନିର୍ବାଚନ କମିଶନଙ୍କ ଗାଇଡ ଲାଇନରେ ରହିଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ କମଲ ହାସନ ଅବମାନନା କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ନେତା ତଥା ଆଇନଜୀବୀ ଅଶ୍ୱୀନୀ ଉପାଧ୍ୟାୟ ଦାବି କରିଛନ୍ତି।

ସମାନ ପ୍ରସଙ୍ଗରେ ହିନ୍ଦୁ ସେନା ମଧ୍ୟ କମାଲ ହାସନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।



from Odisha Reporter http://bit.ly/2W5KGXQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages