ମୋଦିଙ୍କ ଶପଥ ଉତ୍ସବକୁ ଯିବେ ମମତା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ମୋଦିଙ୍କ ଶପଥ ଉତ୍ସବକୁ ଯିବେ ମମତା!

ନୂଆଦିଲ୍ଲୀ:ଅନେକ ତୁତୁ ମେଁ ମେଁ ପରେ ଏବଂ ଆଜି ଟିଏମ୍‌ସି ବିଧାୟକଙ୍କ ଖୁଆଡ଼ରେ ବିଜେପିର ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଉତ୍ସବରେ ଯୋଗଦେଇପାରନ୍ତି। ଏନେଇ ସେ ନିଜେ କହିଛନ୍ତି, ସେ ଏଥିରେ ଯୋଗଦେବାକୁ ଚେଷ୍ଟା କରିବେ। ଅର୍ଥାତ ଆସନ୍ତା ୩୦ ତାରିଖ ରାଷ୍ଟ୍ରପତି ଭବନରେ ମୋଦିଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଶପଥଗ୍ରହଣ ଉତ୍ସବରେ ମମତା ମଧ୍ୟ ଉପସ୍ଥିତ ରହିବାର ଯଥେଷ୍ଟ ସମ୍ଭାବନା ରହିଛି।

ସେ କହିଛନ୍ତି, “ମୁଁ ମୋଦିଙ୍କ ଶପଥଗ୍ରହଣରେ ଯୋଗଦେବାକୁ ନିମନ୍ତ୍ରଣ ପାଇଛି। ଏହା ଏକ ସାମ୍ବିଧାନିକ ଏବଂ କ୍ଷମତାର ଉତ୍ସବ। ଆମେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଠାରୁ ଶପଥ ଉତ୍ସବରେ ନିମନ୍ତ୍ରଣ ପାଇଲେ ସେଥିରେ ଯଥାସମ୍ଭବ ଯୋଗଦେବାକୁ ଚେଷ୍ଟା କରୁ।”

ଅନ୍ତର୍ଜାତୀୟ ଅତିଥିମାନଙ୍କ ପାଇଁ ଦିଲ୍ଲୀ ବିମାନବନ୍ଦର ଜାମ୍‌ ରହିବାର ସମ୍ଭାବନା ରହିଥିବାରୁ ସେ ବୁଧବାର ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଲୋକସଭା ନିର୍ବାଚନ ସମୟରେ ମୋଦି ଏବଂ ମମତାଙ୍କ ମଧ୍ୟରେ ଅନେକ ଥର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ନିର୍ବାଚନ ପରେ ଆଜି ୨ ଜଣ ଟିଏମ୍‌ସି ବିଧାୟକ ବିଜେପିରେ ଯୋଗ ଦେଇଥିବାବେଳେ ୫୦ ଜଣ କାଉନ୍‌ସିଲର ମଧ୍ୟ ଯୋଗଦେଇଥିଲେ। ଆସନ୍ତା ଜୁନ୍‌ ପହିଲାରେ ଆହୁରି ୬ ଜଣ ବିଧାୟକ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2EDKmpl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages