
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ଦୁଇଟି ସ୍ଥାନରେ ତାପମାତ୍ରା ୪୬ ଡିଗ୍ରୀ ଟପି ଯାଇଥିଲା। ଟିଟିଲାଗଡ଼ରେ ତାପମାତ୍ରା ୪୬.୫ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ୪୬.୩ ଡିଗ୍ରୀ ରହିଥିଲା। ଏଭଳି ସ୍ଥିତିରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗିର ସମେତ ମୋଟ ୯ଟି ଜିଲ୍ଲାରେ ଏଭଳି ଗ୍ରୀଷ୍ମ ପ୍ରବାହ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ। ଅର୍ଥାତ୍ ତିନି ଦିନ ଯାଏ ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାପରୁ ରକ୍ଷା ମିଳିବ ନାହିଁ। ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ‘ହିଟ୍ ୱେଭ୍ ଆଲର୍ଟ’ ଜାରି କରାଯାଇଛି।
ବଲାଙ୍ଗିର ସହିତ ଝାରସୁଗୁଡ଼ା, ଅନୁଗୋଳ, ସମ୍ବଲପୁର, ଦେବଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ ସୁଦର୍ଶନ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ତାଳଚେର, ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ସୋନପୁରରେ ୪୪.୮, ହୀରାକୁଦରେ ୪୪.୫, ଭବାନୀପାଟଣାରେ ୪୪.୩ ଓ ଅନୁଗୋଳରେ ୪୪.୧ ଡିଗ୍ରୀ ରହିଥିଲା।
from Odisha Reporter http://bit.ly/2MbV0d7
No comments:
Post a Comment