ଝାଡ଼ାବାନ୍ତିରେ ୪୧ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଝାଡ଼ାବାନ୍ତିରେ ୪୧ ଆକ୍ରାନ୍ତ

sonepur

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଜନମୁରା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି। ଗାଁର ୪୧ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ଶିଶୁଙ୍କ ସମେତ ୨୩ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବେଡ୍‌ର ଅଭାବ ହେତୁ ସେମାନଙ୍କୁ କେତେ ଜଣଙ୍କୁ ବାରଣ୍ଡାରେ ଶୁଆଇ ସାଲାଇନ୍‌ ଦିଆଯାଉଛି। ଗାଁରେ ଥିବା ଅନ୍ୟ ଝାଡ଼ାବାନ୍ତି ଆକ୍ରାନ୍ତମାନେ ଔଷଧ ଦୋକାନରୁ ଔଷଧ ନେଇ ଖାଉଥିବା ଜଣାପଡ଼ିଛି।

ପୋଖରୀ ଓ ଖୋଲା କୂଅରୁ ଦୂଷିତ ପାଣି ପିଇ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। ଏହି ଘଟଣାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଗାଁକୁ ମୋବାଇଲ୍‌ ହେଲ୍‌ପ ଟିମ୍‌ ପଠାଇବାକୁ ଲୋକେ ଦାବି କରିଛନ୍ତି।

medicalଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଲକ୍ଷ୍ମଣ ପ୍ରଧାନ କହିଛନ୍ତି,“ଝାଡ଼ାବାନ୍ତି ହେବାରୁ ଏମାନଙ୍କୁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି। ଦୂଷିତ ପାଣି ଯୋଗୁ ଲୋକେ ଝାଡ଼ାବାନ୍ତିର ଶିକାର ହୋଇଥିବା ଆମେ ଅନୁମାନ କରୁଛୁ। ଡାକ୍ତରଖାନା ପକ୍ଷରୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।”



from Odisha Reporter http://bit.ly/2VrXPGd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages