‘ଫୋନି’ ଯୋଗୁ ୫୦୦ କୋଟି ଟଙ୍କାର କ୍ଷତି ସହିଛି ହୋଟେଲ୍‌ ଶିଳ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

‘ଫୋନି’ ଯୋଗୁ ୫୦୦ କୋଟି ଟଙ୍କାର କ୍ଷତି ସହିଛି ହୋଟେଲ୍‌ ଶିଳ୍ପ

hotel

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୟଙ୍କର ସାମୁଦ୍ରିକ ଝଡ଼ ‘ଫୋନି’ରେ ରାଜ୍ୟର ହୋଟେଲ୍‌ ଶିଳ୍ପ କ୍ଷତିଗ୍ରସ୍ତ ହୋଇଛି। ‘ହୋଟେଲ୍‌ ଆଣ୍ଡ୍ ରେଷ୍ଟୁରାଣ୍ଟ୍ ସଂଘ’ର ସୂଚନା ଅନୁଯାୟୀ, ବାତ୍ୟା ଯୋଗୁ ହୋଟେଲ୍‌ ଶିଳ୍ପ ୫୦୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛି। ବିଶେଷକରି ପୁରୀ ଓ  ଭୁବନେଶ୍ୱରରେ ଥିବା ହୋଟେଲ୍‌ଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ହୋଇଛି।

ପୁରୀ ସହରର ୮୦ ପ୍ରତିଶତରରୁ ଅଧିକ ହୋଟେଲ୍‌ ‘ଫୋନି’ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ତେଣୁ ସମସ୍ତ ବ୍ୟାଙ୍କ ପକ୍ଷରୁ ତୁରନ୍ତ ଋଣ ବ୍ୟବସ୍ଥା ପାଇଁ ସଂଘ ନିବେଦନ କରିଛି। ତା’ସହିତ କ୍ଷୟକ୍ଷତି ପାଇଁ ବୀମା କମ୍ପାନୀଗୁଡ଼ିକ ୫୦ ପ୍ରତିଶତ ଅର୍ଥ ଅଗ୍ରୀମ ଦେବାକୁ ସଂଘ ଦାବି କରିଛି।

ବାଣିଜ୍ୟିକ କ୍ଷେତ୍ରରେ ୨ ହଜାର କୋଟି ଟଙ୍କାର କ୍ଷତି ହୋଇଛି ବୋଲି ସଂଘ ଦାବି କରିଥିବା ବେଳେ ବିଦ୍ୟୁତ୍ ଓ ଷ୍ଟ୍ରିଟ୍‌ଲାଇଟ୍ ଆଦି କ୍ଷେତ୍ର ପ୍ରତି ସରକାର ଗୁରୁତ୍ୱ ଦେବାକୁ ନିବେଦନ କରିଛି। ଜିଏସ୍‌ଟି ଓ ମ୍ୟୁନିସିପାଲିଟି ଟ୍ୟାକ୍ସ ୨ ବର୍ଷ ପାଇଁ ଛାଡ଼ କରିବାକୁ ମଧ୍ୟ ନିବେଦନ କରିଛି।

ରାଜ୍ୟ ‘ହୋଟେଲ୍‌ ଆଣ୍ଡ୍ ରେଷ୍ଟୁରାଣ୍ଟ ସଂଘ’ର ଅଧ୍ୟକ୍ଷ ଜେ.କେ ମହାନ୍ତି କହିଛନ୍ତି,“ବର୍ତ୍ତମାନ ସବୁ ହୋଟେଲ୍‌ ମାଲିକମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି। କିଛି ହୋଟେଲ୍‌ ଏବେ କାର୍ଯ୍ୟକ୍ଷମ ମଧ୍ୟ ହୋଇସାରିଲାଣି। ଆଉ କିଛି ହୋଟେଲ୍ ଆସନ୍ତା ସାତ ଆଠ ଦିନରେ ଖୋଲିଯିବ। ଆମେ ଆଶା କରୁଛୁ ଜୁନ୍‌ ପ୍ରଥମ ସପ୍ତାହରୁ ୭୦ରୁ ୮୦ ପ୍ରତିଶତ ହୋଟେଲ୍‌ରେ ବୁକିଂ ଆରମ୍ଭ ହେବ। ରାଜ୍ୟ ସରକାରଙ୍କୁ ଆମେ ଅନୁରୋଧ କରୁଛୁ ଯେ, ଇଏସ୍‌ଆଇ ଓ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ ନେଇ ହୋଟେଲ୍‌ଗୁଡ଼ିକ ଯେଉଁ ଅଂଶ ଦିଅନ୍ତି, ତାକୁ ଛାଡ଼ କରାଯାଉ। ସେହିପରି ଋଣ କରିଥିବା ହୋଟେଲ୍‌ଗୁଡ଼ିକର ସୁଧ ଛାଡ଼ କରାଯାଉ। ଯେହେତୁ ୫୦୦ କୋଟି ଟଙ୍କାର କ୍ଷତି ହୋଇଛି, ତେଣୁ ସରକାର ହୋଟେଲ ଶିଳ୍ପକୁ କେମିତି ସାହାଯ୍ୟ କରିପାରିବେ, ସେ ନେଇ ଯୋଜନା କରିବା ଉଚିତ୍‌। ଆମେ ଆମର ଦାବି ନେଇ ଖୁବ୍‌ଶୀଘ୍ର ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବୁ।”



from Odisha Reporter http://bit.ly/30pXRC0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages