
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ୧୦ଟି ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।
ତତଲାଗଡ଼ ଭାବେ ପରିଚିତ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ବଲାଙ୍ଗିରରେ ୪୪.୬ ଡିଗ୍ରୀ, ସୋନପୁରରେ ୪୪, ସମ୍ବଲପୁରରେ ୪୩.୩, ଝାରସୁଗୁଡ଼ାରେ ୪୩.୨, ହୀରାକୁଦରେ ୪୨.୪, ଅନୁଗୋଳରେ ୪୧.୭, ସୁନ୍ଦରଗଡ଼ରେ ୪୧.୫, ତାଳଚେର ଓ ମାଲକାନଗିରିରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୩୭.୪ ଓ କଟକ ୩୭ ଡିଗ୍ରୀ ସେଲସିୟସ୍ ରହିଥିଲା।
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି। ପୁରୀ, ବଲାଙ୍ଗିର, କେନ୍ଦୁଝର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରୁ ଏହି ଅଭିଯୋଗ ଆସିଛି।
from Odisha Reporter http://bit.ly/2JMWPuf
No comments:
Post a Comment