ବିଶ୍ୱକପ୍ ପାଇଁ ଇଂଲଣ୍ଡ ଟିମରେ ଆର୍ଚର୍ ଓ ଡସନ୍ ସାମିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ବିଶ୍ୱକପ୍ ପାଇଁ ଇଂଲଣ୍ଡ ଟିମରେ ଆର୍ଚର୍ ଓ ଡସନ୍ ସାମିଲ୍

ଲଣ୍ଡନ: ଆଇସିସି ବିଶ୍ୱକପ୍ ପାଇଁ ଆୟୋଜକ ଇଂଲଣ୍ଡ ତା’ର ୧୫ ଜଣିଆ ଚୂଡ଼ାନ୍ତ ଦଳର ଘୋଷଣା କରିଛି। ଟିମରେ ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କୁ ସ୍ଥାନ ମିଳିଥିବା ବେଳେ ଅଭିଜ୍ଞ ଡେଭିଡ୍ ୱିଲିଙ୍କୁ ବାଦ୍ ଦିଆଯାଇଛି। ଗତମାସରେ ଆୟର୍ଲ୍ୟାଣ୍ଡ ଓ ପାକିସ୍ତାନ ବିପକ୍ଷ ସିରିଜ୍ ପାଇଁ ଇଂଲଣ୍ଡ ଘୋଷଣା କରିଥିବା ପ୍ରିଲିମିନାରୀ ସ୍କ୍ୱାଡରେ ତିନୋଟି ପରିବର୍ତ୍ତନ କରିଛି।

ଜୋ ଡେନଲୀଙ୍କ ସ୍ଥାନରେ ଅଲରାଉଣ୍ଡର ଲିଆମ୍ ଡସନଙ୍କୁ ସାମିଲ୍ କରାଯାଇଥିବା ବେଳେ ଆଲେକ୍ସ ହେଲ୍ସଙ୍କ ବଦଳରେ ଜେମ୍ସ ଭିନ୍ସଙ୍କୁ ସୁଯୋଗ ମିଳିଛି। କାଉଣ୍ଟିରେ ଭଲ ପ୍ରଦର୍ଶନ ଯୋଗୁ ଡସନଙ୍କୁ ବିଶ୍ୱକପ୍ ଟିମରେ ସ୍ଥାନ ମିଳିଥିବା ଇସିବି ପକ୍ଷରୁ କୁହାଯାଇଛି। ଗତ ଅକ୍ଟୋବରରେ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜରେ ଆହତ ଯୋଗୁ ଡସନ୍ ପ୍ରଥମଥର ଜାତୀୟ ଦଳକୁ ଫେରିଛନ୍ତି।

ସେହିପରି ପାକିସ୍ତାନ ବିପକ୍ଷ ରୟାଲ୍ ଲଣ୍ଡନ୍ ଦିନିକିଆ ସିରିଜରେ ଡେବ୍ୟୁ କରିବା ପରେ ସସେକ୍ସ ଟିମର ଷ୍ଟାର୍ ଅଲରାଉଣ୍ଡର ଆର୍ଚରଙ୍କୁ ସାମିଲ କରାଯାଇଛି। ଏହି ୨୪ ବର୍ଷୀୟ ଯୁବ ପେସ୍ ବୋଲର ଇଂଲଣ୍ଡ ପକ୍ଷରୁ ମାତ୍ର ୨ଟି ଦିନିକିଆ ଖେଳିବାକୁ ସକ୍ଷମ ହୋଇଛନ୍ତି।

୨୯ ବର୍ଷୀୟ ଅଲରାଉଣ୍ଡର ଡସନ୍ କାଉଣ୍ଟି କ୍ରିକେଟରେ ଲଗାତାର ଭଲ ପ୍ରଦର୍ଶନ ଯୋଗୁ ବିଶ୍ୱକପ୍ ଟିମରେ ସାମିଲ୍ ହୋଇଛନ୍ତି। ସେ କାଉଣ୍ଟିରେ ହାମ୍ପଶାୟର ପକ୍ଷରୁ ଖେଳି ୧୮ ୱିକେଟ୍ ନେବା ସହ ବ୍ୟାଟିଂରେ ୪୫ ହାରରେ ରନ୍ କରିଛନ୍ତି। ପାକିସ୍ତାନ ବିପକ୍ଷ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଦୁଇ ଓପ୍ନର ଜନ୍ନି ବେୟାରଷ୍ଟୋ ଓ ଜେସନ୍ ରୟ ନିଜ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି।

ସ୍ପିନର ଭାବେ ମୋଇନ୍ ଅଲୀ ଓ ଆଦିଲ୍ ରଶିଦଙ୍କ ଉପରେ ଚୟନକର୍ତ୍ତା ଭରସା କାଏମ ରଖିଛନ୍ତି। ଇଅନ୍ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡର ଏହି ଟିମରେ ଅଲରାଉଣ୍ଡରଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଟିମରେ ପ୍ରାୟ ୭ଜଣ ଅଲରାଉଣ୍ଡର ସ୍ଥାନ ପାଇଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ୩୦ ତାରିଖରେ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡର ସାମ୍ନା ଦକ୍ଷିଣ ଆଫ୍ରିକା ସହ ହେବ।

ଇଂଲଣ୍ଡ ବିଶ୍ୱକପ୍ ସ୍କ୍ୱାଡ୍: ଜନ୍ନି ବେୟାରଷ୍ଟୋ, ଜେସନ୍ ରୟ, ଜୋ ରୁଟ୍, ଇଅନ୍ ମୋର୍ଗାନ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଜୋସ ବଟ୍ଟଲର୍, ମୋଇନ ଅଲୀ, କ୍ରିସ ଓକ୍ସ, ଲିଆମ୍ ପ୍ଲଙ୍କେଟ୍, ଆଦିଲ୍ ରଶିଦ୍, ମାର୍କ ଉଡ୍, ଜେମ୍ସ ଭିନ୍ସ, ଟମ୍ କରାନ୍, ଲିଆମ୍ ଡସନ୍, ଜୋଫ୍ରା।



from Odisha Reporter http://bit.ly/2JQzIPr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages