ସକାଳ ୬ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ‘ଫୋନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ସକାଳ ୬ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ‘ଫୋନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫୋନି’ର ପ୍ରଭାବରେ ଆଜି ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ଫୋନି ଏବେ ପୁରୀଠାରୁ ୩୬୦ କିମି ଦୂରରେ ରହିଛି। କୁହାଯାଉଥିଲା ଫନି ଅପରାହ୍ନରେ ଓଡ଼ିଶା ଉପକୂଳ ଛୁଇଁବ। ହେଲେ ଏବେ ପାଣିପାଗ ବଭାଗର ଆକଳନ କହୁଛି, ଫୋନି ଶୁକ୍ରବାର ପୂର୍ବାହ୍ନରେ ଓଡ଼ିଶା ଛୁଇଁବ। ଏନେଇ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦ୍ରର ସୂଚନା ଅନୁଯାୟୀ, ଫୋନି ଗୁରୁବାର ଦିନ ୧୧.୩୦ ସୁଦ୍ଧା ଦକ୍ଷିଣ – ଦକ୍ଷିଣ ପଶ୍ଚିମ ଦିଗରେ ପୁରୀ ଠାରୁ ୩୬୦ କିମି. ଦୂରରେ ରହିଛି। ଏହା ଶୁକ୍ରବାର ସକାଳ ୬ ଠାରୁ ୧୦ଟା ମଧ୍ୟରେ ଓଡ଼ିଶା ଉପକୂଳ ସ୍ପର୍ଶ କରିବ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି । ପୂର୍ବରୁ ଏହା ଶୁକ୍ରବାର ସନ୍ଧ୍ୟା ୫.୩୦ ମି ସମୟରେ ଓଡ଼ିଶା ଉପକୂଳ ଛୁଇଁବାର ଆକଳନ କରାଯାଇଥିଲା ।

ଫୋନି ଏବେ ଉତ୍ତର – ଉତ୍ତର ପୂର୍ବ ଦିଗରେ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଥିବା ବେଳେ ଏହା ଗୋପାଳପୁର ଏବଂ ପାରାଦ୍ୱୀପ ମଧ୍ୟରେ ପୁରୀର ଦକ୍ଷିଣ ଦେଇ ଗତି କରିବ ବୋଲି ସୂଚନା ମିଳିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୦ ରୁ ୧୮୦ କିମି ରହୁଥିବା ବେଳେ ଲ୍ୟାଣ୍ଡଫଲ୍ ସମୟରେ ଏହାର ବେଗ ଘଣ୍ଟା ପ୍ରତି ୨୦୦ କିମି ହୋଇପାରେ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି।

ଫୋନି ପ୍ରଭାବରେ ଜୋରରେ ପବନ ବୋହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫୋନିର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ସମେତ ଗଞ୍ଜାମର ଉତ୍ତରାଞ୍ଚଳରେ ଏହାର ପ୍ରଭାବ ଅଧିକ ପଡ଼ିବ। ସେହିପରି କଟକ, ଯାଜପୁର, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ମଧ୍ୟ ବାତ୍ୟା ଅନୁଭୂତ ହେବ ବୋଲି ଡ. ସାହୁ କହିଛନ୍ତି ।



from Odisha Reporter http://bit.ly/2J9RkW2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages