
ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ତଦନ୍ତ ସୁପ୍ରିମକୋର୍ଟର ଇନ୍ ହାଉସ୍ କମିଟି କରୁଛି। ଏହି କମିଟିର ନେତୃତ୍ୱ ଜଷ୍ଟିସ୍ ଏସ୍ଏ ବୋବଡେ ନେଉଛନ୍ତି।
ଗତକାଲି ଜଷ୍ଟିସ୍ ଗୋଗୋଇ ତଦନ୍ତ ପ୍ୟାନେଲ୍ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। ଆଗରୁ ଜଷ୍ଟିସ୍ ଗୋଗୋଇଙ୍କ ପାଖରେ ଅନ୍ୟ ଅଭିଯୁକ୍ତମାନେ ହାଜର ହେଉଥିଲେ। ହେଲେ ପ୍ରଥମଥର ପାଇଁ ଜଷ୍ଟିସ୍ ଗୋଗୋଇ ଏହି ମାମଲାରେ ଜଣେ ଅଭିଯୁକ୍ତ ଭାବେ ପ୍ୟାନେଲ୍ ନିକଟରେ ହାଜର ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, “ତଦନ୍ତ ପ୍ୟାନେଲ୍ ଜଷ୍ଟିସ୍ ଗୋଗୋଇଙ୍କୁ କ୍ୟାମେରା ପ୍ରୋସିଡିଂରେ ହାଜର ହେବାକୁ କହିଥିଲେ। ଏହି ନିର୍ଦ୍ଦେଶ ପରେ ଜଷ୍ଟିସ୍ ଗୋଗୋଇ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। ”
ଜଷ୍ଟିସ୍ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳା ମଙ୍ଗଳକାର ତଦନ୍ତ ପ୍ରକ୍ରିୟାରୁ ଓହରି ଯାଇଥିଲେ। ମହିଳା ଜଣଙ୍କ କହିଥିଲେ, “ଜଷ୍ଟିସ୍ ଗୋଗୋଇଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଇନ୍ ହାଉସ କମିଟି କରୁଛି। ଏଥିରେ ଥିବା ବିଚାରପତିମାନେ ଜଷ୍ଟିସ୍ ଗୋଗୋଇଙ୍କ ଠାରୁ ତଳ ପାହ୍ୟାରେ ରହିଛନ୍ତି। ମୁଁ ଏକ୍ସଟରନାଲ ପ୍ୟାନେଲ ଗଠନ ପାଇଁ ଦାବି କରିଥିଲି। ହେଲେ ଏହା ଗଠନ ହୋଇନାହିଁ।”
ପ୍ରଥମେ ଏହି କମିଟିରେ ଜଷ୍ଟିସ୍ ଏସ୍ଏ ବୋବଡେ, ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍ ଏନଭି ରମଣ ରହିଥିଲେ। ତେବେ ଜଷ୍ଟିସ ରମଣ ଅଭିଯୋଗ ଜଷ୍ଟିସ୍ ଗୋଗୋଇଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ସେ ପ୍ୟାନେଲ୍ରୁ ଓହରି ଯାଇଥିଲେ। ଏହାପରେ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ଏହି କମିଟିରେ ରହିଛନ୍ତି।
ଗତ ଏପ୍ରିଲ ୨୦ରେ କିଛି ୱେବ୍ ନ୍ୟୁଜ୍ ପ୍ଲାଟଫର୍ମରେ ଏହି ମହିଳାଙ୍କ ଅଭିଯୋଗ ବାବଦରେ ଖବର ପ୍ରକାଶିତ ହେବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ସେ ୨୨ ଜଣ ସୁପ୍ରିମ୍କୋର୍ଟ ବିଚାରପତିଙ୍କ ପାଖକୁ ପଠାଇଥିବା ସତ୍ୟପାଠ ଆଧାରରେ ଏହି ଖବର ପ୍ରକାଶ କରାଯାଇଥିଲା। ସେ ଅଭିଯୋଗ ଆଣିଥିଲେ, ସିଜେଆଇଙ୍କ କଥାରେ ରାଜି ନ ହେବାରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା।
from Odisha Reporter http://bit.ly/2GWPp4i
No comments:
Post a Comment