‘ଫୋନି’ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

‘ଫୋନି’ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ପୁରୀ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବାକୁ ଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଫୋନି’ର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି। ଫୋନି ଦ୍ୱାରା ଓଡ଼ିଶା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।

ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ମୋଦି ଏହି ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ କ୍ୟାବିନେଟ୍‌ ସଚିବ, ପ୍ରଧାନମନ୍ତ୍ରୀଙ୍କ ସଚିବ, ପ୍ରଧାନମନ୍ତ୍ରୀଙ୍କ ଆଡିସନାଲ ସଚିବ, ସ୍ୱରାଷ୍ଟ୍ର ସଚିବ, ଆଇଏମଡି, ଏନ୍‌ଡିଆରଏଫ୍‌, ଏନ୍‌ଡିଏମଏ ଓ ପିଏମଓର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ବୈଠକରେ ମୋଦି ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କ ସହ ଯୋଗସୁତ୍ର ସ୍ଥାପନ କରିବାକୁ କହିଛନ୍ତି। ସେହିପରି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିଲିଫ୍‌ ଓ ଉଦ୍ଧାର କେମିତି ତ୍ୱରାନ୍ୱିତ ହେବ, ସେକଥା ନିଶ୍ଚିତ କରିବାକୁ ସେ କହିଛନ୍ତି।

ଅନ୍ୟପକ୍ଷରେ ପରିସ୍ଥିତିର ମୁକାବିଲା ପାଇଁ ସ୍ଥଳସେନା ଓ ନୌସେନାକୁ ମଧ୍ୟ ସଜାଗ ରଖାଯାଇଛି। ଏନଡିଏମର ଉପଦେଷ୍ଟା ଅଜୟ ଗଙ୍ଗୱାର କହିଛନ୍ତି, “ଆମେ ସବୁ ପ୍ରକାରର ସହାୟତା ପାଇଁ ପ୍ରସ୍ତୁତ ରହିଛୁ। ଓଡ଼ିଶାର ସରକାର ଦୁଇଟି ହେଲିକପ୍ଟର ମାଗିଥିଲେ। ଏହା ମଞ୍ଜୁର ହୋଇଛି।”



from Odisha Reporter http://bit.ly/2ISNqS9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages