
ପର୍ଥ: ବିଜୟ ସହ ଶୁଭାରମ୍ଭ କରିଥିବା ଭାରତୀୟ ପୁରୁଷ ହକି ଟିମ୍ ପରାଜୟ ସହ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଛି। ଶୁକ୍ରବାର ଭାରତ ତା’ର ପଞ୍ଚମ ତଥା ଅନ୍ତିମ ମୁକାବିଲାରେ ଅଷ୍ଟ୍ରେଲିଆ ନିକଟରୁ ୨-୫ ଗୋଲରେ ପରାସ୍ତ ହୋଇଛି।
ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଣ୍ଟ ମିଟ୍ଟନ୍ ଦୁଇଟି (୧୧ତମ, ୨୪ତମ), ଫ୍ଲିନ୍ ଓଗିଲଭି (ତୃତୀୟ), ବ୍ଲାକ୍ ଗୋଭର୍ସ (୨୮ତମ) ଓ ଟିମ୍ ବ୍ରାଣ୍ଡ୍ (୪୩ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିବା ବେଳେ ନୀଳକଣ୍ଠ ଶର୍ମା (୧୨ତମ) ଓ ରୂପିନ୍ଦରପାଲ୍ ସିଂହ (୫୩ତମ) ଗୋଲ୍ ଦେଇଥିଲେ।
ଭାରତକୁ ଆରମ୍ଭରୁ ସୁଯୋଗ ମିଳିଥିଲା, କିନ୍ତୁ ଏଡି ଓକେନଡେନ୍ ଏହାକୁ ଚମତ୍କାର ଢ଼ଙ୍ଗରେ ରୋକିଥିଲେ। ଅଷ୍ଟ୍ରେଲିଆ ପ୍ରତିଆକ୍ରମଣ କରିଥିଲା, ଯାହାକୁ ଭାରତୀୟ ଗୋଲକିପର କ୍ରିଷ୍ଣନ୍ ପାଠକ ବିଫଳ କରିଥିଲେ। ତେବେ ଅଷ୍ଟ୍ରେଲିଆକୁ ତୃତୀୟ ମିନିଟରେ ପ୍ରଥମ ସଫଳତା ମିଳିଥିଲା।
ଭାରତକୁ ଅଷ୍ଟମ ମିନିଟରେ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ନୀଳକଣ୍ଠ ଗୋଲରେ ପରିଣତ କରିପାରିନଥିଲେ। ଅଷ୍ଟ୍ରେଲିଆକୁ ଦଶମ ମିନିଟରେ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଭାରତୀୟ ଖେଳାଳି ସେମାନଙ୍କୁ ସଫଳ ହେବାକୁ ଦେଇନଥିଲେ। କିନ୍ତୁ ପରବର୍ତ୍ତୀ ମିନିଟରେ ଭାରତୀୟ ଡିଫେଣ୍ଡରଙ୍କ ଭୁଲର ଫାଇଦା ଉଠାଇ ଅଷ୍ଟ୍ରେଲିଆ ଗୋଲ୍ ଦେଇ ମ୍ୟାଚରେ ୨-୦ରେ ଆଗୁଆ ହୋଇଥିଲା।
ଦ୍ୱାଦଶ ମିନିଟରେ ଗୁରସାହିବଜିତ୍ ସର୍କଲକୁ ପାସ୍ ଦେଇଥିଲେ ଏବଂ ମିଡଫିଲ୍ଡର ନୀଳକଣ୍ଠ ଏହାକୁ ଗୋଲ୍ କରିବାରେ ସଫଳ ହୋଇଥିଲେ। ଦ୍ୱିତୀୟ କ୍ୱାର୍ଟର୍ ଆରମ୍ଭରୁ ଭାରତ ବଲ୍ ଉପରେ ଅଧିକ କବଜା କରିଥିଲା। ୨୩ତମ ମିନିଟରେ ସୁଯୋଗ ମିଳିଥିଲା, କିନ୍ତୁ ବିବେକ ସାଗର ପ୍ରସାଦଙ୍କଠାରୁ ପାସ୍ ପାଇ ମନଦୀପ ସିଂହ ଗୋଲ୍ କରିବାରେ ବିଫଳ ହୋଇଥିଲେ। ତେବେ ମିଟ୍ଟନ୍ ନିଜର ଦ୍ୱିତୀୟ ତଥା ଅଷ୍ଟ୍ରେଲିଆ ପାଇଁ ତୃତୀୟ ଗୋଲ୍ ଦେଇଥିଲେ।
ଅଷ୍ଟ୍ରେଲିଆକୁ ୨୮ତମ ମିନିଟରେ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଗୋଭର୍ସ ଗୋଲରେ ପରିଣତ କରିଥିଲେ। ଅଷ୍ଟ୍ରେଲିଆ ତୃତୀୟ କ୍ୱାର୍ଟରରେ ଦବଦବା ବଜାୟ ରଖିଥିଲା। ୪୩ତମ ମିନିଟରେ ଅରମାନ୍ କ୍ୟୁରେସିଙ୍କ ପାଖରେ ଗୋଲ୍ କରିବାର ଭଲ ସୁଯୋଗ ଥିଲା, କିନ୍ତୁ ଘରୋଇ ଦଳର ଜୋହାନ୍ ଡର୍ଷ୍ଟ ଏହାକୁ ଚମତ୍କାର ଭାବେ ରୋକିଥିଲେ।
ଅଷ୍ଟ୍ରେଲିଆ ପୁଣି ଆକ୍ରମଣ କରିଥିଲା, ଯାହାକୁ ଟିମ୍ ବ୍ରାଣ୍ଡ ସ୍କୋରକୁ ୫-୧ରେ ପହଞ୍ଚାଇଥିଲେ। ଭାରତ ଶେଷ ମୁହୂର୍ତ୍ତରେ ଅର୍ଥାତ୍ ୫୩ତମ ମିନିଟରେ ଦ୍ୱିତୀୟ ଗୋଲ୍ କରିଥିଲା। ରୂପିନ୍ଦର ପେନାଲ୍ଟି କର୍ଣ୍ଣର ଦ୍ୱାରା ଏହି ଗୋଲ୍ ଦେଇଥିଲେ, କିନ୍ତୁ ଏହା ପରାଜୟକୁ ରୋକିବା ପାଇଁ ଯଥେଷ୍ଟ ନଥିଲା।
from Odisha Reporter http://bit.ly/2JIYL6K
No comments:
Post a Comment