ସୁରତର କେତନ ପାଲଟିଲେ ‘ରିୟଲ ହିରୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ସୁରତର କେତନ ପାଲଟିଲେ ‘ରିୟଲ ହିରୋ’

ketan

ଅହମ୍ମଦାବାଦ: ଗୁଜରାଟର ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶିଲା କୋଚିଂ ସେଣ୍ଟରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ୟା’ ଭିତରେ ହିରୋ ପାଲଟି ଯାଇଛନ୍ତି ‘କେତନ ଜୋରାୱାଡ଼ିଆ’। କାରଣ ତିନି ମହଲା କୋଠାରେ ନିଆଁ ଲାଗିଥିବା ବେଳେ ସେ ସେଥିରେ ଚଢ଼ି ବିପଦରେ ପଡ଼ିଥିବା ପିଲାମାନଙ୍କୁ ବଞ୍ଚାଇବାର ଅଦମ୍ୟ ସାହସ ଦେଖାଇଥିଲେ। ସେ ନିଜ ଜୀବନକୁ ବିପଦରେ ପକାଇ କୋଚିଂ ସେଣ୍ଟରର ଦଶରୁ ଅଧିକ ପିଲାଙ୍କୁ ବଞ୍ଚାଇଥିଲେ। ତିନି ମହଲା କୋଠାର ଏକ ଧାରରେ ଠିଆ ହୋଇ ସେ ପିଲାମାନଙ୍କୁ ଉଦ୍ଧାର କରୁଥିବାର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ‘ରିୟଲ ହିରୋ’ ବୋଲି କୁହାଯାଉଛି।

ଗତକାଲି କେତନ ଘରକୁ ଫେରୁଥିବା ବେଳେ କୋଚିଂ ସେଣ୍ଟରରେ ନିଆଁ ଲାଗିଥିବା ଦେଖିଥିଲେ। ସେ ସଙ୍ଗେ ସଙ୍ଗେ ସେଠାରେ ଅଟକି ଯାଇଥିଲେ ଓ ପିଲାମାନଙ୍କୁ ରକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ପ୍ରଥମେ ଉକ୍ତ କୋଠାର ପଛ ପାଖକୁ ଯାଇଥିଲେ। ସେଠାରେ ହିଁ ପ୍ରଥମେ ନିଆଁ ଲାଗିଥିଲା। ସେଠାରେ କିଛି ପିଲା ଚିତ୍କାର କରୁଥିବା ବେଳେ କେତନ ସେମାନଙ୍କୁ ଉଦ୍ଧାର କରି କୋଠାର ସାମ୍ନା ପଟକୁ ଆସିଥିଲେ। ସେ ଏକ ସିଡ଼ି ସାହାଯ୍ୟରେ କୋଠାର ଦ୍ୱିତୀୟ ମହଲା ପର୍ଯ୍ୟନ୍ତ ଚଢ଼ି ଯାଇଥିଲେ ଏବଂ ପିଲାମାନଙ୍କୁ ଉଦ୍ଧାର କରିବା କାମ ଆରମ୍ଭ କରି ଦେଇଥିଲେ।

କେତନ କହିଛନ୍ତି,“ଲୋକଙ୍କୁ ସୁରକ୍ଷା ଦେବା ଏକ କର୍ତ୍ତବ୍ୟ। କାଲି ଯେତେବେଳେ ମୁଁ ସେଠାରେ ପହଞ୍ଚିଲି ପାଖାପାଖି ୩୦୦ ଲୋକ ଜମା ହୋଇଥିଲେ। ଦମକଳ ବାହିନୀ ପହଞ୍ଚି ନଥିଲା। ମୁଁ ପ୍ରଥମେ କୋଠାର ପଛ ପାର୍ଶ୍ୱକୁ ଗଲି। ସେଠି କିଛି ପିଲା ଫସି ରହିଥିଲେ। ମୁଁ ଏକ ସିଡ଼ି ସହାୟତାରେ ଯେତେ ଜଣଙ୍କୁ ପାରିଲି ସେଠାରୁ କାଢ଼ିଲି। ମୁଁ ସେଠାରୁ ୮ରୁ ୧୦ ଜଣ ପିଲାଙ୍କୁ ଉଦ୍ଧାର କରିଥିଲି। ତା’ପରେ ମୁଁ କୋଠାର ସମ୍ମୁଖ ଭାଗକୁ ଯାଇଥିଲି। ସମ୍ମୁଖ ଭାଗରେ ମୁଁ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲି। କିଛି ପିଲାଙ୍କୁ ବଞ୍ଚାଇ ପାରିଥିବାରୁ ମୁଁ ଖୁସି।”

କେତନଙ୍କ ଦୁଃଖ

ସୁରତର ଏହି ସାହସୀ ଯୁବକ କହିଛନ୍ତି,“ଜଣେ ଛାତ୍ରୀ ଜଳନ୍ତା କୋଠାରୁ ତଳକୁ ଖସି ପଡ଼ିଲେ। ମୁଁ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲି। କିନ୍ତୁ ବିଫଳ ହୋଇଥିଲି। ଛାତ୍ରୀ ଜଣଙ୍କ ମୋ ଆଖି ସାମ୍ନାରେ ତଳେ ପଡ଼ି ପ୍ରାଣ ହରାଇଥିଲେ। ଏହା ସାରା ଜୀବନ ମତେ ଦୁଃଖ ଦେବ ଯେ, ମୁଁ ତାଙ୍କୁ ବଞ୍ଚାଇ ପାରିଲି ନାହିଁ।

ketan ଡରି ନଥିଲେ ପରିବାର ଲୋକେ

କୋଚିଂ ସେଣ୍ଟରରେ ନିଆଁ ଲାଗିଥିବା ଓ କେତନ ନିଜ ଜୀବନକୁ ବିପଦରେ ପକାଇ ପିଲାଙ୍କୁ ଉଦ୍ଧାର କରୁଥିବା ଖବର ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା। ତେବେ ସେମାନେ ଏହାକୁ ନେଇ ଭୟଭୀତ ହୋଇ ନଥିଲେ। ତାଙ୍କ ବାପା କହିଛନ୍ତି,“ ଘରେ ମୁଁ ଏକ ନିୟମ କରିଛି। ପରିବାରର ସମସ୍ତ ସଦସ୍ୟ ରାତି ସାଢ଼େ ଦଶଟା ଭିତରେ ଘରକୁ ଫେରିବେ। କେତନ ଏବେ ଯୁବକ। ସେ ଅନେକ ସମୟରେ ବିଳମ୍ବରେ ଘରକୁ ଫେରେ। ସେତେବେଳକୁ ମୁଁ ଘର କବାଟ ବନ୍ଦ କରି ଦେଇଥାଏ। ସେ ଦୁଇ ମହଲା କୋଠା ଚଢ଼ି ଭିତରେ ପଶେ। ତେଣୁ ସେ ସେଥିରେ ମାହିର ହୋଇଯାଇଛି। ସେ ଗତକାଲି ଯେଉଁ କାର୍ଯ୍ୟ କଲା, ସେଥିପାଇଁ ଆମେ ସମସ୍ତେ ଗର୍ବିତ।”

ବାପାଙ୍କ ଫ୍ୟାକ୍ଟ୍ରିରେ କାମ କରୁଛନ୍ତି କେତନ

କେତନ ଜଣ କମର୍ସ ଗ୍ରାଜୁଏଟ୍‌। ସେ ଏବେ ତାଙ୍କ ବାପାଙ୍କ ଡିସ୍‌ପୋଜେବଲ୍‌ ୱେର୍‌ସ (ଥରେ ବ୍ୟବହାର ପରେ ଫିଙ୍ଗି ଦିଆଯାଉଥିବା ଜିନିଷ) ଫ୍ୟାକ୍ଟ୍ରିରେ କାମ କରୁଛନ୍ତି। ସେ ତାଙ୍କ ବାପାଙ୍କୁ ଫ୍ୟାକ୍ଟ୍ରି କଥା ବୁଝିବାରେ ସାହାଯ୍ୟ କରୁଛନ୍ତି। କେବଳ କେତନ ନୁହନ୍ତି, ତକ୍ଷଶିଲା କମ୍ପ୍ଲେକ୍ସ ପଛ ପାଖରେ ଥିବା ତାଙ୍କ ସୋସାଇଟିର ବହୁ ଲୋକ ମଧ୍ୟ ଗତକାଲି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ସୋଶାଲ୍ ମିଡିଆରେ ପ୍ରଶଂସାର ସୁଅ



from Odisha Reporter http://bit.ly/2HRlzPg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages