ଏବେ ସମସ୍ତଙ୍କ ବିଶ୍ୱାସ ଜିତିବାର ସମୟ: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ଏବେ ସମସ୍ତଙ୍କ ବିଶ୍ୱାସ ଜିତିବାର ସମୟ: ମୋଦି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ସେଣ୍ଟ୍ରାଲ ହଲ୍‌ରେ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲାୟାନ୍ସ (ଏନ୍‌ଡିଏ)ର ନେତା ଭାବରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ବିରୋଧୀ ସଂଖ୍ୟାଲଘୁଙ୍କୁ ଏ ପର୍ଯ୍ୟନ୍ତ କେବଳ ଠକି ଆସିଛନ୍ତି। ସେ କହିଛନ୍ତି, ଏହା ତୁରନ୍ତ ବନ୍ଦ ହେବା ଦରକାର। ଆମେ ପୂର୍ବରୁ ସବ୍‌କା ସାଥ୍‌ ସବ୍‌କା ବିକାଶ ଉପରେ କାମ କରୁଥିଲୁ, ଏବେ ସବ୍‌କା ବିଶ୍ୱାସ ଜିତିବାକୁ ପ୍ରୟାସ କରିବାର ସମୟ ଆସିଛି।

ମୋଦି ଆହୁରି ମଧ୍ୟ କହିଥିଲେ, ଗରିବମାନଙ୍କୁ ଯେଉଁଭଳି ଭାବରେ ଠକାଯାଇଛି, ସଂଖ୍ୟାଲଘୁମାନଙ୍କ ପ୍ରତି ମଧ୍ୟ ସେହିଭଳି ପ୍ରତାରଣା କରାଯାଇଛି। ଭଲ ହେଇଥାନ୍ତା, ଯଦି ସେମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ଦିଗପ୍ରତି ଧ୍ୟାନ ଦିଆଯାଇଥାନ୍ତା। ମୁଁ ଆପଣମାନଙ୍କଠାରୁ ଆଶା କରିବି ଆପଣମାନେ ଏହି ପ୍ରତାରଣାରେ ଛିଦ୍ର ସୃଷ୍ଟି କରିବେ। ଆସନ୍ତା ସପ୍ତାହରେ ଶପଥ ନେବାକୁ ଥିବା ମୋଦି କହିଛନ୍ତି, ଏହି ଜନାଦେଶ ଇନ୍‌କମ୍ବେନ୍ସିର ସମର୍ଥନରେ ଜନାଦେଶ। ସୂଚନାଯୋଗ୍ୟ, ଏହି ନିର୍ବାଚନରେ କେବଳ ବିଜେପି ୩୦୩ ଆସନରେ ଜିତିଛି ଏବଂ ମେଣ୍ଟ ଦଳଙ୍କ ସହଯୋଗରେ ଏନ୍‌ଡିଏ ୩୫୩ ଆସନ ଦଖଲ କରିଛି।

ଆଜି ମୋଦି ମୋଦି ନାରା ଏବଂ ଟେବଲ୍‌ ଥାପୁଡ଼ା ମଧ୍ୟରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ପ୍ରଧାନମନ୍ତ୍ରୀ ମୋଦି ବିଧିବଦ୍ଧ ଭାବରେ ଏନ୍‌ଡିଏର ସଂସଦୀୟ ଦଳ ନେତା ନିର୍ବାଚିତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ଅବସରରେ ତାଙ୍କ ନାମ ପ୍ରସ୍ତାବ କରିଥିଲେ। ଏହାକୁ ସାଂସଦ ତଥା ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ଏବଂ ନୀତୀନ ଗଡ଼କରୀ ସମର୍ଥନ ଜଣାଇଥିଲେ। ମଞ୍ଚରେ ମୋଦିଙ୍କ ବାମ ପାର୍ଶ୍ୱରେ ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ସର୍ବବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀ ମନୋହର ଯୋଶୀ ମଧ୍ୟ ଉପସ୍ଥିତ ଥଲେ।

ତେବେ ବିଜେପି ଆନୁଷ୍ଠାନିକ ଭାବରେ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ପରେ ଏନ୍‌ଡିଏ ମେଣ୍ଟ ସହଯୋଗୀଙ୍କ ପାଳି ପଡ଼ିଥିଲା। ଶିରୋମଣି ଅକାଳୀ ଦଳ ମୁଖ୍ୟ ପ୍ରକାଶ ସିଂହ ବାଦଲ ମୋଦିଙ୍କୁ ଏନ୍‌ଡିଏ ସଂସଦୀୟ ଦଳ ଅଧ୍ୟକ୍ଷ କରିବା ପାଇଁ ଏକ ସଂକଳ୍ପ ପ୍ରସ୍ତାବ ଆଣିଥିଲେ, ଯାହାକି ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଏଲଜେପି ମୁଖ୍ୟ ରାମ ବିଲାସ ପାଶ୍ୱାନ ଏବଂ ଅନ୍ୟମାନଙ୍କ ସମର୍ଥନ କରିଥିଲେ। ଶ୍ରୀ ବାଦଲ ଏହି ଅବସରରେ କହିଥିଲେ, ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ଗ୍ରହଣ କରିଛନ୍ତି। ମୁଁ ତାଙ୍କ ସହ ଧରି କାମ କରିଆସୁଛି। ମୋଦିଙ୍କ ବିଷୟରେ ଏତିକି କହିବାକୁ ଚାହେଁ, ୨୦ ବର୍ଷ ହେଲା ସେ ଛୁଟି ନେଇନାହାନ୍ତି। ସେ ଦିନକୁ ୧୮ ଘଣ୍ଟା କାମ କରନ୍ତି।

ସୂଚନାଯୋଗ୍ୟ ଯେ, ମୋଦି ଏବଂ ତାଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଇସ୍ତଫାପତ୍ର ଦେଇ ନୂଆ ସରକାର ଗଠନର ମାର୍ଗ ପ୍ରଶସ୍ତ କରିସାରିଛନ୍ତି। ଏହାକୁ ଗ୍ରହଣ କରି ରାଷ୍ଟ୍ରପତି ନୂଆ ସରକାର ଗଠିତ ହେବା ପର୍ଯ୍ୟନ୍ତ ମୋଦିଙ୍କୁ କେୟାରଟେକର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।



from Odisha Reporter http://bit.ly/2K4iEp2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages