
ନୂଆଦିଲ୍ଲୀ: ଚିଚଫଣ୍ଡ ସ୍କାମରେ ଛନ୍ଦି ହୋଇଥିବା କୋଲକାତାର ଆଇପିଏସ ଅଫିସର ରାଜୀବ କୁମାର ଆଜି ତାଙ୍କ ନୂଆ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ୧୪ ତାରିଖ ଦିନ ବିଜେପି ସଭାପତି ଅମିତ ଶାହଙ୍କ ରୋଡ ଶୋ’ ବେଳେ ହୋଇଥିବା ହିଂସା କାଣ୍ଡ ଘଟଣାରେ ସିଆଇଡି ପୂର୍ବ ସୂଚନା ପାଇନଥିବା ଦର୍ଶାଇ ନିର୍ବାଚନ କମିଶନ ଗତକାଲି ତାଙ୍କୁ ସିଆଇଡି ଏଡିଜି ପଦରୁ ଅବ୍ୟାହତି ଦେଇଥିଲେ। ଏବଂ ଗୃହମନ୍ତ୍ରଣାଳୟରେ ଯୋଗ ଦେବାକୁ ଆଜି ସକାଳ ୧୦ଟା ସୁଦ୍ଧା ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ଆଜି ଡ୍ୟୁଟିରେ ଯୋଗ ଦେଇନଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏମିତିକି ଡ୍ୟୁଟିରେ କାହିଁକି ଯୋଗ ଦେଇ ନାହାନ୍ତି ସେ ବାବଦରେ ମଧ୍ୟ ରାଜୀବ କୁମାର ଗୃହ ମନ୍ତ୍ରଣାଳୟକୁ ଜଣାଇ ନଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ ଯେ ରାଜୀବ କୁମାର ହେଉଛନ୍ତି କୋଲକାତାର ପୂର୍ବତନ କମିଶନର ତଥା ସାରଦା ଚିଟଫଣ୍ଡ ଘୋଟଲାରେ ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଏସଆଇଟିର ମୁଖ୍ୟ ତଦନ୍ତ ଅଧିକାରୀ ଥିଲେ। ତଦନ୍ତ ବେଳେ ସେ ଅନେକ ମାମଲାକୁ ଲୁଚାଇ ପ୍ରମାଣ ନଷ୍ଟ କରିଦେଇଥିବା ସିବିଆଇ ପ୍ରମାଣ ପାଇଛି। ଏହାପରେ ତାଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ କରିବାକୁ ତାଙ୍କ ଘରକୁ ଯାଉଥିଲା। ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇର ଏପରି କାର୍ଯ୍ୟଧାରାକୁ ବିରୋଧ କରି ଧାରଣାରେ ବସିଥିଲେ।
ଏହାପରେ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶିମଲାରେ ସିବିଆଇର ମାରାଥାନ ଜେରାର ସମ୍ମୁଖୀନ ହୋଇଥିଲେ ରାଜୀବ କୁମାର। ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜୀବ କୁମାରଙ୍କୁ କୋଲକାତା ପୁଲିସ କମିଶନରୁ ବଦଳି କରି ସିଆଇଡି ଏଡିଡି ପଦବୀରେ ନିଯୁକ୍ତି ଦେଇଥିଲେ।
from Odisha Reporter http://bit.ly/2LLLI7a
No comments:
Post a Comment