ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବା ସ୍ୱାଭାବିକ କରିବାକୁ ସମୀକ୍ଷା ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବା ସ୍ୱାଭାବିକ କରିବାକୁ ସମୀକ୍ଷା ବୈଠକ

bank

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବାକୁ ପୁଣିଥରେ ସ୍ୱାଭାବିକ କରିବାକୁ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ଓ  ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ମୁଖ୍ୟ ସଚିବ ଅଶୋକ ମୀନା ଯୋଗ ଦେଇଥିଲେ।

ଏହି ବୈଠକରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମନ୍ୱୟ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ସଚିବ। କହିଛନ୍ତି,ରାଜ୍ୟର ବାତ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ ୧୯୯୨ଟି ଶାଖାରୁ ୧୯୩୪ ଶାଖା କାର୍ଯ୍ୟକ୍ଷମ ହୋଇଛି। ୨୯୨୧ ଏଟିଏମ୍‌ରୁ ୨ ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟ କରୁଛି। କେବଳ କୋପରେଟିଭ୍ ଓ ଗ୍ରାମୀଣ ବ୍ୟାଙ୍କ ଏଟିଏମ୍‌ କାର୍ଯ୍ୟ କରୁନି। ଏମ୍‌ଏସ୍‌ଏମ୍‌ଇ, କୃଷି, ବ୍ୟବସାୟ ଓ ବ୍ୟକ୍ତିଗତ ଋଣକୁ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର ଅନୁରୋଧ ଜଣାଇଛନ୍ତି। ବୀମା କମ୍ପାନୀମାନେ ମଧ୍ୟ ଶୀଘ୍ର ପ୍ରାପ୍ୟ ଅର୍ଥ ପ୍ରଦାନ କରନ୍ତୁ ବୋଲି ବୈଠକରେ କୁହାଯାଇଛି।

ଏହି ବୈଠକରେ ବ୍ୟାଙ୍କ, ବୀମା କମ୍ପାନୀ, ଟେଲିକମ୍‌, ରିଜର୍ଭ ବ୍ୟାଙ୍କ ଓ ଏସ୍‌ଏଲ୍‌ବିସିର ଅଧିକାରୀ ସାମିଲ ହୋଇଥିଲେ।

ଏନେଇ ରାଜ୍ୟ ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି,“ ପୁରୀରେ ବର୍ତ୍ତମାନ ସୁଦ୍ଧା ୨୭ରୁ ୨୮ ପ୍ରତିଶତ ଏଟିଏମ୍‌ କାର୍ଯ୍ୟ କରୁଛି। ଆଶା କରାଯାଉଛି ବିଦ୍ୟୁତ୍‌ ଓ ଟେଲିକମ୍‌ ସୁବିଧା ମିଳିଲା ପରେ ଅନ୍ୟ ଏଟିଏମ୍‌ ସବୁ କାର୍ଯ୍ୟ କରିବ। ଆର୍‌ବିଆଇର ଯେଉଁ ମାଷ୍ଟର ସର୍କୁଲାର ଅଛି, ଯେଉଁଥିରେ ଲୋନ୍ ନେଇଥିବା ଲୋକମାନଙ୍କ ପାଇଁ ଲୋନ ରିଷ୍ଟ୍ରକଚର କରାଯିବ। ସେମାନଙ୍କୁ କମ୍ ସୁଧ ହାରରେ ଲୋନ୍‌ ସହାଯ୍ୟ ଦେଇ ହେବ କି ନାହିଁ। ସେଇ ଦିଗରେ ଆଲୋଚନା କରାଯାଇଛି।”



from Odisha Reporter http://bit.ly/2W3AYFn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages