ଫୋନିର କ୍ରୁର ଆକ୍ରମଣ ପରେ ଦାଉ ସାଧୁଛି ଝାଡ଼ାବାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଫୋନିର କ୍ରୁର ଆକ୍ରମଣ ପରେ ଦାଉ ସାଧୁଛି ଝାଡ଼ାବାନ୍ତି

ପୁରୀ(ଓଡ଼ିଶା ରିପୋର୍ଟର):ପ୍ରକୃତିର ତାଣ୍ଡବ ପରେ ଦୁର୍ଦ୍ଦଶା ଆସିବା ନିଶ୍ଚିତ। ତେବେ କେଉଁଠି କେଉଁ ରୂପରେ ଆସିବ ତାହା କହିବା ମୁସ୍କିଲ। ଏଇ ଯେମିତି ପୁରୀ ଜିଲ୍ଲାରେ ଫୋନିର କ୍ରୁର ଆକ୍ରମଣ ପରେ ଦାଉ ସାଧୁଛି ଝାଡ଼ାବାନ୍ତି। ଦୂଷିତ ପାଣି ବ୍ୟବହାର କରି ଶତାଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଜଳଉତ୍ସ ସବୁ ପ୍ରଦୂଷିତ ହୋଇଥିବା କଥା ବି ଖୋଦ୍ ରାଜ୍ୟ ସରକାରଙ୍କ ଶକ୍ତି ଓ ଶ୍ରମମନ୍ତ୍ରୀ ଗତକାଲି ସ୍ୱୀକାର କରିଛନ୍ତି। ‌ଅନ୍ୟପଟେ ପ୍ରତିକାର ପାଇଁ ବ୍ୟବସ୍ଥା ହୋଇଥିବା ସ୍ୱସ୍ଥ୍ୟ ସଚିବ ବି କହିଛନ୍ତି।

ପୁରୀ ମେଡିକାଲରେ ଅନେକ ଡାଇରିଆ ରୋଗୀ ଭର୍ତ୍ତି ହୋଇଛନ୍ତି। କିଏ ତଳେ ତ’ କିଏ ଗାମୁଛା ଖଣ୍ଡେ ପକେଇ ବେଡ୍ରେ ଶୋଇଛି।  ପୁଣି କାହାଠି ଲାଗିଛି ସାଲାଇନ୍। ସାମୁଦ୍ରିକ ଝଡ଼ ଫୋନି ପରଠୁ ସାରା ସହରକୁ ଗ୍ରାସି ଚାଲିଛି ଝାଡ଼ାବାନ୍ତି।  ଦିନକୁ ମେଡିକାଲ ଆସୁଛନ୍ତି ପ୍ରାୟ ୧୫ରୁ ୨୦ ରୋଗୀ। ସମସ୍ତଙ୍କର ସମାନ ଅଭିଯୋଗ, ପାଣି ଦୂଷିତ ହୋଇଛି, ପିଇବାକୁ ଭଲ ଲାଗୁନି। ବ୍ୟବହାର କରିବାର କିଛି ଘଣ୍ଟା ମଧ୍ୟରେ ଝାଡ଼ା ବାନ୍ତି ହେଉଛି । ଏମିତିକି ଗୋଟିଏ ଗୋଟିଏ ପରିବାରର ସବୁ ସଦସ୍ୟ ମଧ୍ୟ ଡାଇରିଆରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଲାଣି।

ବ୍ରହ୍ମଗିରି ରେବଣା ନୂଆଗାଁରେ ବି ସମାନ ଅବସ୍ଥା। ଏଠି ବି ଡାଇରିଆ ରୋଗୀଙ୍କ ସଂଖ୍ୟା କମ୍ ନୁହେଁ । ଗତକାଲି ଜଗନ୍ନାଥପୁର, ଶିଶୁପୁର, ବ୍ରହ୍ମଗିରି, ବରୁଡ଼ି, ମଠପାଟଣା ଓ ମୋଟ ଆଦି ଗାଁର ଅନେକ ଲୋକ ଆକ୍ରାନ୍ତ ହୋଇ ମେଡିକାଲ ଆସିଥିଲେ । ରେବଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହୋଇ ଫେରିଛନ୍ତି । ଠିକ୍ ସେମିତି କୁଶୁପୁର, ବଳଭଦ୍ରପାଟଣା, କୁଷ୍ଣସରଣପୁର, ଆରଖକୁଦ ଆଦି ଗାଁରୁ ମଧ୍ୟ ୧୫ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ ଆସିଥିଲୋ

ପୁରୀ ସହର ଓ ଜିଲ୍ଲାରେ ଝାଡ଼ାବାନ୍ତି ଯେଉଁ ଭଳି ବ୍ୟାପୁଛି, ସେଥିପ୍ରତି ସତର୍କ ରହିବାକୁ କହିଛନ୍ତି ଡାକ୍ତର। ସଂଗ୍ରୃହୀତ ପାଣିକୁ ହାଲୋଜେନ୍ ଓ କ୍ଲୋରିନ୍ ବଟିକା ପକାଇ ବିଶୋଧନ କରି ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।



from Odisha Reporter http://bit.ly/30owLvm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages