
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ବର୍ଷା ସତ୍ତ୍ୱେ ତାତି କମିବାର ନାଁ ଧରୁନି। ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହେଉଛି ସୋନପୁର। ଆଜି ଏଠାରେ ତାପମାତ୍ର ୪୩.୨ ଡିଗ୍ରୀ ରହିଛି।
ସେହିପରି ବଲାଙ୍ଗିର ୪୩.୧ ଡିଗ୍ରୀ, ଟିଟିଲାଗଡ଼ ୪୩ ଡିଗ୍ରୀ, ଝାରସୁଗୁଡ଼ା ୪୨.୬ ଡିଗ୍ରୀ, ସମ୍ବଲପୁର ୪୨.୩ ଡିଗ୍ରୀ, ହୀରାକୁଦ ଓ ଭବାନୀପାଟଣା ୪୧.୫ ଡିଗ୍ରୀ, ସୁନ୍ଦରଗଡ଼ ୪୦.୫ ଡିଗ୍ରୀ, ତାଳଚେର ୪୦.୧ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୩୭.୮ ଡିଗ୍ରୀ ରହିଛି।
ସୂଚନାରୁ ପ୍ରକାଶ, ଗତ ଦୁଇ ଦିନ ରହିଥିଲା। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ଲୋକେ ନାହିଁନଥିବା ଅସୁବିଧାରେ ପଡ଼ୁଥିଲେ। ବିଶେଷକରି ଦ୍ୱୈତନଗରୀର ଲୋକେ ବେଶୀ ଅସୁବିଧାରେ ପଡ଼ିଥିଲେ। ବାତ୍ୟା ‘ଫୋନି’ ଯୋଗୁ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ଠିକ୍ ରହୁ ନଥିବାରୁ ଲୋକେ ବଡ଼ ହନ୍ତସନ୍ତ ହେଉଛନ୍ତି।
from Odisha Reporter http://bit.ly/2LO2ClS
No comments:
Post a Comment