
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ୪୮ଟି ଆଞ୍ଚଳିକ ଦଳକୁ ପଛରେ ପକାଇ ବିଜେଡି ୨୦୧୭-୧୮ ଆର୍ଥିକ ବର୍ଷରେ ସର୍ବାଧିକ ନିର୍ବାଚନୀ ଚାନ୍ଦା ପାଇଛି। ବିଜେଡିକୁ ସର୍ବାଧିକ ୧୩.୦୪ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ ଦ୍ୱିତୀୟ ସର୍ବାଧିକ ଚାନ୍ଦା ପାଇଥିବା ଆଞ୍ଚଳିକ ଦଳ ଭାବେ ଜେଡିୟୁକୁ ୧୧.୧୯କୋଟି ଓ ୱାଇଏସଆର କଂଗ୍ରେସକୁ ୮.୩୫ କୋଟି ଟଙ୍କା ମିଳିଛି। ତେବେ ଆଶ୍ଚର୍ଯ୍ୟର କଥା ୨୦୧୬-୧୭ ଆର୍ଥିକ ବର୍ଷରେ ବିଜେଡିକୁ ଟଙ୍କାଟିଏ ବି ଦାନ ମିଳିନଥିବାବେଳେ ୨୦୧୭-୧୮ ବର୍ଷରେ ୨ଟି ସଂସ୍ଥା ( ଏବି ଜେନେରାଲ ଇଲୋକ୍ଟରାଲ ଟ୍ରଷ୍ଟ ଓ ପ୍ରୁଡେଣ୍ଟ ଇଲୋକ୍ଟରାଲ ଟ୍ରଷ୍ଟଠାରୁ ୬ଟି ଚେକରେ ୧୩ କୋଟି ଟଙ୍କା ପାଇଛି। ନିର୍ବାଚନ କମିଶନଙ୍କ ପାଖରେ ନିର୍ବାଚନୀ ଚାନ୍ଦା ବିବରଣୀ ଦାଖଲ ପାଇଁ ଧାର୍ଯ୍ୟ ତାରିଖର ୫ଦିନ ବିଳମ୍ବରେ ଅର୍ଥାତ୍ ୨୦୧୮ ଅକ୍ଟୋବର ୬ତାରିଖରେ ବିଜେଡି ନିଜର ଆର୍ଥିକ ସ୍ରୋତର ହିସାବ ଉପସ୍ଥାପନ କରିଥିବା ଜଣାପଡ଼ିଛି।
ଆଞ୍ଚଳିକ ଦଳଗୁଡ଼ିକୁ ମିଳିଥିବା ନିର୍ବାଚନୀ ଚାନ୍ଦାର ବିଶ୍ଲେଷଣ କରି ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର) ଓ ନ୍ୟାସନାଲ ଇଲେକ୍ସନ ୱାଚ୍ ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ଆଜି ସୁଦ୍ଧା ୧୭ଟି ଆଞ୍ଚଳିକ ଦଳ ନିଜର ନିର୍ବାଚନୀ ଚାନ୍ଦାର ବିବରଣୀ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିନାହାନ୍ତି। ବିଜେଡି, ଜେଡିୟୁ ଓ ୱାଇଏସଆର କଂଗ୍ରେସକୁ ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୩୨.୫୮ କୋଟି ଟଙ୍କାର ଚାନ୍ଦା ମିଳିଛି ଯାହାକି ସମସ୍ତ ଆଞ୍ଚଳିକ ଦଳକୁ ମିଳିଥିବା ଚାନ୍ଦାର ୫୯.୪୪%। ଆଞ୍ଚଳିକ ଦଳଗୁଡ଼ିକୁ ମୋଟ ୨୮୨୪ଜଣ ଦାତାଙ୍କଠାରୁ ମୋଟ ୫୪.୮୧ କୋଟି ଟଙ୍କା ଚାନ୍ଦା ମିଳିଛି। ଏଥିରେ ୨୦ହଜାର ଟଙ୍କାରୁ କମ୍ ଓ ତଦୁର୍ଦ୍ଧ୍ୱ ପରିମାଣର ଚାନ୍ଦା ସାମିଲ ଅଛି।
ବିଜେଡିକୁ ଆଦିତ୍ୟ ବିର୍ଲା କମ୍ପାନୀ ଦ୍ୱାରା ପରିଚାଳିତ ଏବି ଜେନେରାଲ ଇଲୋକ୍ଟରାଲ ଟ୍ରଷ୍ଟ ପକ୍ଷରୁ ୨ଟି ଚେକରେ ୮କୋଟି ଟଙ୍କା(ପ୍ରତ୍ୟେକ ୪କୋଟି) ଟଙ୍କା ମିଳିଥିବାବେଳେ ପ୍ରୁଡେଣ୍ଟ ଇଲୋକ୍ଟରାଲ ଟ୍ରଷ୍ଟଠାରୁ ୩ଟି ଚେକରେ ୫କୋଟି ଟଙ୍କା (୩କୋଟି+୧କୋଟି+ ୧କୋଟି) ମିଳିଛି। ଏସବୁ ଚାନ୍ଦା ବିଭିନ୍ନ କର୍ପୋରେଟ୍ ସଂସ୍ଥା ଓ କମ୍ପାନୀଠୁ ମିଳିଥିବାବେଳେ ଜଣେ ବ୍ୟକ୍ତିଠୁ ୪ଲକ୍ଷ ଟଙ୍କା ଚାନ୍ଦା ମିଳିଛି। ଏଭଳି ଭାବେ ବିଜେଡିକୁ ମୋଟ ୧୩.୦୪କୋଟି ଟଙ୍କାର ଚାନ୍ଦା ୨୦୧୭-୧୮ ଆର୍ଥିକ ବର୍ଷରେ ମିଳିଛି। ତେବେ ୨୦୧୬-୧୭ରେ ମିଳିଥିବା ନିର୍ବାଚନୀ ଚାନ୍ଦା ସମ୍ପର୍କରେ ବିଜେଡି ପକ୍ଷରୁ ନିର୍ବାଚନ କମିଶନଙ୍କୁ କିଛି ଅବଗତ କରାଯାଇ ନାହିଁ। ସେହିପରି ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟିକୁ ୮.୩୫ କୋଟି ଟଙ୍କା ମିଳିଛି। ଏଥିରେ ଦଳକୁ ବିଦେଶରୁ ୪୧.୬୦ଲକ୍ଷ ଟଙ୍କା ମିଳିଛି।
from Odisha Reporter http://bit.ly/2EhXnEP
No comments:
Post a Comment