
ଚେନ୍ନାଇ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗସ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହେଉଛନ୍ତି ସମସ୍ତଙ୍କର ଆଦର୍ଶ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଯୁବ କ୍ରିକେଟର୍ମାନେ ସର୍ବଦା ଧୋନିଙ୍କ ଠାରୁ କିଛି ଶିଖିବାକୁ ଚେଷ୍ଟା କରିନ୍ତି। ଏହିକ୍ରମରେ ଟିମ୍ ଇଣ୍ଡିଆ ଓ ଆଇପିଏଲ୍ରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଧୋନିଙ୍କୁ ଗୁରୁ ବୋଲି ମାନନ୍ତି।
ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ କ୍ୱାଲିଫାୟର-୧ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁମ୍ବାଇ ବିଜୟ ଲାଭ କରି ଫାଇନାଲ୍ରେ ପ୍ରବେଶ କରିଛି। ତେବେ ମ୍ୟାଚ୍ ପରେ ଧୋନି ଓ ପାଣ୍ଡ୍ୟାଙ୍କ ଏକ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଧୋନି ଓ ପାଣ୍ଡ୍ୟା ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି।
ଏହି ଫଟୋଟିକୁ ପାଣ୍ଡ୍ୟା ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ଫଟୋରେ ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୋର ସବୁ କିଛି। ସେ ମୋ ପ୍ରେରଣାର ଉତ୍ସ, ମୋ ବନ୍ଧୁ, ମୋ ଭାଇ ଓ ମୋ ଲିଜେଣ୍ଡ। ଏହି ଫଟୋକୁ ସେ ଧୋନିଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।
ଏହାପୂର୍ବରୁ ଆଇପିଏଲ୍ର ଲିଗ୍ ପର୍ଯ୍ୟାୟରେ ପାଣ୍ଡ୍ୟା ଚେନ୍ନାଇ ବିପକ୍ଷ ମ୍ୟାଚ୍ରେ ଧୋନିଙ୍କ ହେଲିକପ୍ଟର ଶଟ୍କୁ ନକଲ କରି ଛକା ମାରିଥିଲେ। ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା।
from Odisha Reporter http://bit.ly/2Vantzd
No comments:
Post a Comment