‘ଫୋନି’ ପାଇଁ ଆସନ୍ତାକାଲିଠାରୁ ନନ୍ଦନକାନନ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

‘ଫୋନି’ ପାଇଁ ଆସନ୍ତାକାଲିଠାରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ’ଫୋନି’ ଭୀଷଣ ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡକୁ ମାଡ଼ି ଆସୁଛି। ଏହା ପୁରୀଠାରୁ ୬୨୦ କି.ମି. ଦୂରରେ ଥିବା ବେଳେ ୩ ତାରିଖ ଅପରାହ୍ଣରେ ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।

‘ଫୋନି’ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ବୋଲି ଜଣାପଡ଼ିଛି। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲିଠାରୁ ୪ ତାରିଖ ଯାଏଁ ଏହା ବନ୍ଦ ରହିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେଣୁ ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନେ ନନ୍ଦନକାନନକୁ ନ ଆସିବା ଲାଗି ପ୍ରାଣୀ ଉଦ୍ୟାନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ସମ୍ଭାବ୍ୟ ବାତ୍ୟା ‘ଫୋନି’ର ମୁକାବିଲା ପାଇଁ ୧୮ଟି ଓଡ୍ରାଫ୍ ଟିମ ସଜାଗ ରହିଛନ୍ତି। ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ୨ଟି ଲେଖାଏଁ ଟିମ୍ ସଜାଗ ରହିଛନ୍ତି। ସେହିପରି ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ଗଞ୍ଜାମରେ ଗୋଟିଏ ଲେଖାଏଁ ଟିମ୍ ସଜାଗ ଥଇବା ବେଳେ ଗଜପତି, କଟକ ଓ ଝାରସୁଗୁଡ଼ାରେ ମଧ୍ୟ ଗୋଟିଏ ଲେଖାଏଁ ଟିମ୍ ସଜାଗ ରହିଛନ୍ତି।

ସମ୍ଭାବ୍ୟ ‘ଫୋନି’ର ମୁକାବିଲା ପାଇଁ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହାର ମୁକାବିଲା ସହ ରିଲିଫ୍, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ସରକାର ୧୨ ଆଇଏଏସ୍‌ଙ୍କୁ ୧୨ଟି ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି। ସେହିପରି ୧୧ଜଣ ଆଇପିଏସ୍‌ଙ୍କୁ ମଧ୍ୟ ୧୧ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।



from Odisha Reporter http://bit.ly/2LhY2vZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages