
ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ଏବେ ଯେଉଁଭଳି ଗରମ ହେଉଛି ସେଥିରେ କେମିତିକା ଡ୍ରେସ୍ ପିନ୍ଧିଲେ ଦେଖାଯିବେ ସୁନ୍ଦର ଆଉ ଟିକେ ହଟକେ ? ପୁଣି ଆରାମ୍ ଲାଗିବା ସାଙ୍ଗକୁ ହାଲକା ବି ଲାଗୁଥିବା ଦରକାର। ଖାସ୍ ସେଇଥି ପାଇଁ ଜଣାଶୁଣା ଗାର୍ମେଣ୍ଟ୍ ବ୍ରାଣ୍ଡ୍ ଡ୍ୟୁକ୍ ଆଣିଛି ଏହାର ସ୍ପେଶାଲ୍ ସମର କଲେକ୍ସନ।

କମ୍ପାନୀ ଶାର୍ଟ, ଟ୍ରାଉଜର୍ ଏବଂ ଡେନିମ୍ସ, ସବୁଥିରେ ବିଭିନ୍ନ ସାଇଜ୍ ଓ ବିଭିନ୍ନ କଲରର ସମସ୍ତଙ୍କୁ ମ୍ୟାଚ୍ କଲାଭଳି ବ୍ୟାପକ ପୋଷାକ ବଜାର ପ୍ରବେଶ କରିଛି। ଡ୍ୟୁକ୍ ଏହାର ନାଁ ଦେଇଛି ଶାର୍ଟ, ଟ୍ରାଉଜର୍ସ ଆଣ୍ଡ୍ ଡେନିମ୍ସ୍ କଲେକ୍ସନ-୨୦୧୯।

ଏଥିରେ ଉଭୟ ଫର୍ମାଲ ଏବଂ କାଜୁଆଲ୍ ମଧ୍ୟ ରହିଛି। ଖାଲି ସେତିକି ନୁହେଁ ନିଜକୁ ଆଉଟିକେ ଆଟ୍ରାକ୍ଟିଭ୍ ଲୁକ୍ ଆଣିଦେବା ପାଇଁ ଡ୍ରେସକୁ ମ୍ୟାଚ୍ କଲାଭଳି ଅନ୍ୟାନ୍ୟ ପରିଧାନ ମଧ୍ୟ ରହିଛି। ଠିକ୍ ସେହିପରି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସବୁର ଦାମ୍ ୫୪୫ ଟଙ୍କାରୁ ଆରମ୍ଭ ହୋଇଛି ବୋଲି କମ୍ପାନୀ ପ୍ରକାଶ କରିଛି।

ଏ ସମ୍ପର୍କରେ କମ୍ପାନୀର ନିର୍ଦ୍ଦେଶକ କୁନ୍ତଲ୍ ରାଜ୍ କହିଛନ୍ତି, ବର୍ତ୍ତମାନର ଯୁବକ ଯୁବତୀ ହିଁ ଆମ ପ୍ରଡକ୍ଟର ଟାର୍ଗେଟ୍ କଷ୍ଟମର। ସେମାନଙ୍କୁ ଷ୍ଟାଇଲିଶ୍ ଏବଂ ଟ୍ରେଣ୍ଡି ଲୁକ୍ ଦେବା ପାଇଁ ଆମେ ପ୍ରତି ସିଜନରେ ନୂଆ ନୂଆ କଲେକ୍ସନ୍ ଆଣିଥାଉ। ବିଭିନ୍ନ ସହରରେ ଥିବା ମଲ୍ଟି ବ୍ରାଣ୍ଡ୍ ଆଉଟଲେଟ୍ ଠାରୁ ଆରମ୍ଭ କରି ଡ୍ୟୁକର ଏକ୍ସକ୍ଲୁଶିଭ୍ ଆଉଟଲେଟରେ ଏହି ସବୁ ନୂଆ କଲେକ୍ଶନ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି।
from Odisha Reporter http://bit.ly/2VOSiK8
No comments:
Post a Comment