
ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଦିନ ଦି’ପହରରେ ରାସ୍ତାରେ ଜଣେ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟଙ୍କୁ ଆକ୍ରମଣ କରି ଲକ୍ଷେ ଟଙ୍କା ଲୁଟି ନେଲେ ୪ ମୁଖାପିନ୍ଧା ଲୁଟେରା। ଆଜି ଏପରି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ପୁଲିସ ଦୁର୍ବୃତ୍ତଙ୍କ ପତ୍ତା ପାଇନାହିଁ।
ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ ଦିବ୍ୟ ପ୍ରସାଦ ସାହୁ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀଙ୍କଠାରୁ ଟଙ୍କା ଆଦାୟ କରି ଅଫିସ୍ ଫେରୁଥିଲେ। ଏହି ସମୟରେ ତାଙ୍କୁ ୪ ଜଣ ମୁଖାପିନ୍ଧା ଯୁବକ ଦୁଇଟି ବାଇକ୍ରେ ପିଛା କରୁଥିଲେ। ଏହା ଜାଣିପାରି ଶ୍ରୀ ସାହୁ ଦ୍ରୁତଗତିରେ ବାଇକ୍ରେ ଚାଲି ଯିବାକୁ ଚେଷ୍ଟା କରୁଥିଲେ। ମାତ୍ର ଦୁର୍ବୃତ୍ତମାନେ ଶ୍ରୀରାମପୁର-ଠଣାପାଲିରେ ଶ୍ରୀ ସାହୁଙ୍କ ଗାଡ଼ି ଆଗରେ ବାଇକ୍ ଛିଡା କରି ଆକ୍ରମଣ କରିଥିଲେ। ପରେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ।
from Odisha Reporter http://bit.ly/30kZzop
No comments:
Post a Comment