
ଭୋପାଲ୍: ତୁଣ୍ଡ ପାଇଁ ମୁଣ୍ଡ ଗଡ଼ିବା ଭୟରେ ବିଜେପିର କୁହାଳିଆ ନେତା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଆଜିଠାରୁ ଆସନ୍ତା ୨୩ ତାରିଖ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଯାଏ ମୌନବ୍ରତ କରିବେ ବୋଲି ଘୋଷଣା କରିଛନ୍ତି।
ସେ ନିକଟରେ ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସେକୁ ଦେଶଭକ୍ତ କହି ବିବାଦୀୟ ହୋଇଥିଲେ। ଆଜି ସକାଳେ ଏଥିପାଇଁ ସେ ଆଉ ଥରେ ଟ୍ୱିଟ୍ ଯୋଗେ କ୍ଷମା ମାଗିଛନ୍ତି। ସାଧ୍ୱୀ କହିଛନ୍ତି, “ନିର୍ବାଚନ ପରେ ଏବେ ଫଳାଫଳକୁ ଅପେକ୍ଷା। ଯଦି କାହାକୁ ମୋର କଥା ଆଘାତ ଦେଇଛି, ତା’ହେଲେ ସେଥିପାଇଁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ଏବେ ମୁଁ ୨୧ ପ୍ରହର(୩ ଦିନିଆ ମୌନବ୍ରତ) ପାଳନ କରିବି।”
ବିଜେପି ଟିକେଟ୍ରେ ଭୋପାଲ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ସାଧ୍ୱୀ ପ୍ରଜ୍ଞା ତାଙ୍କର ମୌନବ୍ରତ ଆସନ୍ତା ଗୁରୁବାର ଭାଙ୍ଗିବେ। ଏହି ଦିନ ହିଁ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଭୋପାଲରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କର ଲଢ଼େଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସହ ହେଉଛି।
from Odisha Reporter http://bit.ly/2WcsHz4
No comments:
Post a Comment