ଶିଶୁ କନ୍ୟା ଦେହରେ ଗରମ ପାଣି ପଡ଼ିବା ଘଟଣାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବହିଷ୍କୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ଶିଶୁ କନ୍ୟା ଦେହରେ ଗରମ ପାଣି ପଡ଼ିବା ଘଟଣାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବହିଷ୍କୃତ

sonpur

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ଜଣେ ଶିଶୁ କନ୍ୟା ଗୁରୁତର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ବହିଷ୍କୃତ କରାଯାଇଛି। ଏଥିସହ ଅଙ୍ଗନବାଡ଼ି କେନ୍ଦ୍ରର ସୁପର୍‌ଭାଇଜର୍‌ଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ନିଲମ୍ବନ କରିଛି।

ଗୁରୁତର ଶିଶୁଟି ଏବେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି।

ଗତ ୧୪ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ୩ ବର୍ଷର ଶିଶୁକନ୍ୟା ଦେହରେ ଗରମ ପାଣି ପଡ଼ିଯାଇଥିଲା।  ଏଥିଯୋଗୁ ତା’ ଛାତି, ପେଟ ଓ ପିଠି ପୋଡ଼ି ଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ତା’ ଉପରେ ଗରମ ପାଣି ଢାଳି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।



from Odisha Reporter http://bit.ly/2Q5tI6i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages