ଖାଦ୍ୟ ଖାଇବାର ଠିକ୍‌ ସମୟ ଜାଣିରଖନ୍ତୁ, ପାଇବେ ଫାଇଦା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଖାଦ୍ୟ ଖାଇବାର ଠିକ୍‌ ସମୟ ଜାଣିରଖନ୍ତୁ, ପାଇବେ ଫାଇଦା…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):   ଆପଣ ଆଜି ପର୍ଯ୍ୟନ୍ତ ଶୁଣିଥିବେ ଯେ, ଫଳ ଆମ ଶରୀର ଲାଗି ଲାଭଦାୟକ ହୋଇଥାଏ।  ହଠାତ୍‌ ଦେହ ଖରାପ ହୋଇଗଲେ କିମ୍ୱା ଦୁର୍ବଳ ଅନୁଭବ କଲେ, ଡାକ୍ତର ଆମକୁ ଫଳ ଖାଇବାକୁ ଉପଦେଶ ଦେଇଥାନ୍ତି।  ବହୁତ ଲୋକ ଯେକୌଣସି ସମୟରେ ଫଳ ଖାଇ ଦେଇଥାନ୍ତି। କିନ୍ତୁ ଏହା ଶରୀର ଲାଗି ଭଲ ପରିବର୍ତ୍ତେ ହୋଇପାରେ ହାନିକାରକ।  ଆଜି ଜାଣିବା, କେଉଁ ଖାଦ୍ୟ କେଉଁ ସମୟରେ ଖାଇଲେ ଆମ ଶରୀରକୁ ଫାଇଦା ମିଳିଥାଏ।

ସକାଳେ ଖାଆନ୍ତୁ ସେଓ : ସକାଳ ଜଳିଖିଆରେ ସେଓ ସାମିଲ କରିବା ଦ୍ୱାରା ମିଳିଥାଏ ବହୁ ଫାଇଦା। ଏଥିରେ ପୋକ୍ଟିନ ନାମର ତତ୍ତ୍ୱ ମହଜୁଦ ହୋଇଥାଏ, ଯାହା ରକ୍ତଚାପ ଓ କୋଲେଷ୍ଟରଲ କମାଇଥାଏ। ଏହାକୁ କେବେ ବି ରାତିରେ ଖାଇବା ଭୁଲ କରନ୍ତୁ ନାହିଁ। କାରଣ ରାତିରେ ସେଓ ଖାଇଲେ, ପୋକ୍ଟିନକୁ ପଚାଇବା ମୁସ୍କିଲ ହୋଇଯାଇଥାଏ ଓ  ଏସିଡିଟି ସମସ୍ୟା ଦେଖାଦେଇଥାଏ।

ମଧ୍ୟାହ୍ନ ପରେ ଖାଆନ୍ତୁ କଦଳି:  ସାଧାରଣତଃ ଲଞ୍ଚ ପରେ କଦଳି ଖାଇବା ଶରୀର ଲାଗି ହିତକର। ଏହା ଶରୀରର ଇମ୍ୟୁନିଟି  ବଢାଇଥାଏ। ରାତିରେ ଏହାକୁ ଖାଇବା ଦ୍ୱାରା ଖାଦ୍ୟ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହେବେ।

ସକାଳେ ଖାଆନ୍ତୁ ଆଳୁ:  ଆଳୁ ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜନକୁ ଯଥାସମ୍ଭବ ସକାଳ ଜଳଖିଆରେ ଖାଇବାକୁ ଚେଷ୍ଟା କରନ୍ତୁ । କାରଣ ଏଥିରେ ହାଇକ୍ୟାଲୋରି ରହିଥାଏ । ଆଉ ରାତିରେ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଓଜନ ବି କ୍ଷୀପ୍ର ଗତିରେ ବଢିଥାଏ।

ଶୋଇବା ପୂର୍ବରୁ ପିଅନ୍ତୁ କ୍ଷୀର : ବିଛଣାକୁ ଯିବା ପୂର୍ବରୁ ଏକ ଗ୍ଲାସ କ୍ଷୀର ପିଇବା ଶରୀର ଲାଗି ବହୁତ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ରାତିରେ ଭଲ ନିଦ ହୋଇଥାଏ। ଯଦି ଆପଣ ସକାଳେ ଜିମ୍‌ ଯାଉଛନ୍ତି ତା ହେଲେ ସକାଳେ ମଧ୍ୟ ଏହାକୁ ପିଇ ପାରିବେ।



from Odisha Reporter http://bit.ly/2QeQLvE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages