ବିଶ୍ୱକପରେ ୩୦୦ ରନ୍ ବି ଯଥେଷ୍ଟ ହେବନି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ବିଶ୍ୱକପରେ ୩୦୦ ରନ୍ ବି ଯଥେଷ୍ଟ ହେବନି!

ନୂଆଦିଲ୍ଲୀ: ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ଟିମ୍ ଇଂଲଣ୍ଡ ଗସ୍ତରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ପ୍ରଚୁର ରନ୍ ଦେଖିବାକୁ ମିଳିଥିଲା। ତୃତୀୟ ମ୍ୟାଚରେ ପାକିସ୍ତାନ ଦ୍ୱାରା ଧାର୍ଯ୍ୟ ୩୫୯ ରନର ବିଜୟଲକ୍ଷ୍ୟକୁ ଇଂଲଣ୍ଡ ସହଜରେ ହାସଲ କରିନେଇଥିଲା।

ଦିନିକିଆ କ୍ରିକେଟରେ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ତା’ର ଦ୍ୱିତୀୟ ବଡ଼ ବିଜୟ ହାସଲ କରିଥିଲା। ଇଂଲଣ୍ଡ ଏହି ଲକ୍ଷ୍ୟ ୫ ଓଭର ବାକି ଥାଇ ହାସଲ କରିନେଇଥିଲା। ଏଠି ବଡ଼ କଥା ହେଉଛି, ଏହି ୩୫୦ରୁ ଊଦ୍ଧ୍ୱର୍ ସ୍କୋରକୁ ଇଂଲଣ୍ଡ ବିନା କୌଣସି ସମସ୍ୟାରେ ହାସଲ କରିନେଇଥିଲା। ତେଣୁ ଏବେ ପ୍ରଶ୍ନ ଉଠୁଛି ଯେ, ୫୦ ଓଭର ମ୍ୟାଚ୍ ପାଇଁ ଏହି ସ୍କୋର କ’ଣ ସୁରକ୍ଷିତ।

୨୦୧୫ ବିଶ୍ୱକପ୍ ପରଠାରୁ ଏପର୍ଯ୍ୟନ୍ତ ୪୬୯ ଦିନିକିଆ ମ୍ୟାଚ୍ ଖେଳାଯାଇଛି। ଏଥିରୁ ୧୨୮ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ୩୦୦ରୁ ଅଧିକ ରନ୍ କରିଛି। ସେହି ୧୨୮ ମ୍ୟାଚରୁ ପ୍ରାୟ ୯୯ଟିରେ ଅର୍ଥାତ ୭୭ ପ୍ରତିଶତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଟିମକୁ ବିଜୟ ମିଳିଛି। ଏହାର ତୁଳନା ଯଦି ବାକି ୩୪୧ ମ୍ୟାଚ୍ ସହ କରାଯାଏ, ତେବେ ଏଥିରେ ପ୍ରଥମେ ବ୍ୟାଟିଂ କରି ୩୦୦ରୁ କମ୍ ସ୍କୋର କରିଥିବା ଟିମର ବିଜୟ ପ୍ରତିଶତ ୩୮କୁ ଖସି ଆସିଛି। ଅର୍ଥାତ୍ ୧୩୦ ମୁକାବିଲାରେ ବିଜୟ ମିଳିଛି। ୨୦୧୫ ବିଶ୍ୱକପ୍ ପରେ ହୋଇଥିବା ମୁକାବିଲା ଉପରେ ଯଦି ନଜର ପକାଯାଏ, ତାହେଲେ ସ୍ଥିତି ଏଭଳି ରହିଛି…

୨୫୦ରୁ କମ୍ ରନ୍: ୨୦୧ ମ୍ୟାଚ୍, ୪୯ ବିଜୟ, ବିଜୟ ପ୍ରତିଶତ ୨୪%

୨୫୦-୨୯୯: ୧୪୦ ମ୍ୟାଚ୍, ୮୧ ବିଜୟ, ବିଜୟ ପ୍ରତିଶତ ୫୮%

୩୦୦-୩୪୯: ୮୭ ମ୍ୟାଚ୍, ୬୪ ବିଜୟ, ବିଜୟ ପ୍ରତିଶତ ୭୪%

୩୫୦-୩୯୯: ୩୬ ମ୍ୟାଚ୍, ୩୦ ବିଜୟ, ବିଜୟ ପ୍ରତିଶତ ୮୩%

୪୦୦ରୁ ଊର୍ଦ୍ଧ୍ୱ ରନ୍: ୫ ମ୍ୟାଚ୍, ୫ ବିଜୟ, ବିଜୟ ପ୍ରତିଶତ ୧୦୦%

ଏବେ ପ୍ରଶ୍ନ ଉଠୁଛି ଯେ, ଇଂଲଣ୍ଡରେ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବା ଟିମ୍ ପାଇଁ ସୁରକ୍ଷିତ ସ୍କୋର କେତେ? ଗତ ବିଶ୍ୱକପ୍ ପରେ ଇଂଲଣ୍ଡରେ ୫୬ ଦିନିକିଆ ମ୍ୟାଚ୍ ଖେଳାଯାଇଛି। ଏଥିରୁ ୧୮ଥର ୩୦୦ରୁ ଅଧିକ ରନର ଲକ୍ଷ୍ୟକୁ ସଫଳତାର ସହ ପିଛା କରାଯାଇଛି। ମଙ୍ଗଳବାର ପାକିସ୍ତାନ ବିପକ୍ଷ ମିଳିଥିବା ବିଜୟକୁ ଯଦି ମିଶାଯାଏ, ତାହେଲେ ଘରୋଇ ମଇଦାନରେ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଲଗାତାର ୧୬ ମୁକାବିଲା ଜିତିଛି।

୨୦୧୫ ବିଶ୍ୱକପଠାରୁ ଅନ୍ତର୍ଜାତୀୟ ଦିନିକିଆରେ କୌଣସି ଟିମ୍ ଦ୍ୱାରା କରାଯାଇଥିବା ସର୍ବାଧିକ ସ୍କୋରର ରେକର୍ଡ ଦୁଇଥର ଭାଙ୍ଗିଛି। ଏହି ଦୁଇଥର ଯାକ ଇଂଲଣ୍ଡ ହିଁ ବିଜୟ ହାସଲ କରିଛି। ପ୍ରଥମେ ପାକିସ୍ତାନ ବିପକ୍ଷ ଅଗଷ୍ଟ, ୨୦୧୬ରେ ୪୪୪/୩ ଏବଂ ଗତବର୍ଷ ଜୁନରେ ଅଷ୍ଟ୍ରେଲିଆ ବିପକ୍ଷ ୪୮୧/୬। ଏହି ଦୁଇ ମ୍ୟାଚ୍ ନଟ୍ଟିଂହାମରେ ଖେଳାଯାଇଥିଲା। ଏଥିସହ ଇଂଲଣ୍ଡ ପାଞ୍ଚଥର ୪୦୦ରୁ ଅଧିକ ରନ୍ କରିଛି ଏବଂ ଚାରିଥର ଏହାକୁ ଡିଫେଣ୍ଡ୍ କରିଛି। ସେମାନେ ତିନିଥର ଘରୋଇ ମଇଦାନରେ ଏହି ରେକର୍ଡ ସ୍କୋର କରିଛନ୍ତି।



from Odisha Reporter http://bit.ly/2VtGlZV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages