ସାନି ମତଦାନ ଲୋକମତ ପ୍ରତି ଅପମାନ : ଭର୍ତ୍ତୃହରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ସାନି ମତଦାନ ଲୋକମତ ପ୍ରତି ଅପମାନ : ଭର୍ତ୍ତୃହରି

mahatab

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସାନି ମତଦାନ ବା ରି-ପୋଲିଂ ଲୋକମତ ପ୍ରତି ଅପମାନ। ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ୪ଟି ବୁଥରେ ରି-ପୋଲିଂକୁ ବିରୋଧ କରି ବରିଷ୍ଠ ବିଜେଡି ନେତା ତଥା ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏହି ମନ୍ତବ୍ୟ ଦେଇଛନ୍ତି। ୧୯ତାରିଖରେ ରାଜ୍ୟର ୩୪ଟି ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବାବେଳେ ଶ୍ରୀ ମହତାବ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାଧାରଣତଃ ୩ଟି ଘଟଣାକୁ ଆଧାର କରି ରି-ପୋଲିଂ କରାଯାଇଥାଏ। ପ୍ରିଜାଇଡିଂ ଅଫିସର କିମ୍ବା ରିଟର୍ଣ୍ଣିଂ ଅଫିସରଙ୍କ ଆପତ୍ତି ଥିଲେ ଅବା ୮୦ ପ୍ରତିଶତରୁ ଅଧିକ ଭୋଟ ପଡ଼ିଥିଲେ ସେଭଳି ସ୍ଥିତିରେ ରି-ପୋଲିଂ ହୋଇଥାଏ। ମାତ୍ର ଆଠଗଡ଼ର ଯେଉଁ ୪ଟି ବୁଥରେ ସାନି ମତଦାନ ହେଉଛି ସେଥିପାଇଁ ପ୍ରିଜାଇଡିଂ ଅଫିସର କିମ୍ବା ରିଟର୍ଣ୍ଣିଂ ଅଫିସର ଲିଖିତ ଭାବେ ଅନୁରୋଧ କରିନାହାନ୍ତି। ତେଣୁ ଏସବୁ ବୁଥରେ ରି-ପୋଲିଂ କରିବା ଉଚିତ୍ ନଥିଲା ବୋଲି ସେ କହିଛନ୍ତି।

ଅବଶ୍ୟ ଶ୍ରୀ ମହତାବ ଆଜି ଦଳର ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହ ମିଶି ଏହି ୪ଟି ବୁଥ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି।



from Odisha Reporter http://bit.ly/2w0WhbV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages