
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ସୁପାରିସ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ରାଜ୍ୟରେ ଷୋଡ଼ଶ ବିଧାନସଭା ଗଠନ ପାଇଁ ହୋଇଥିବା ନିର୍ବାଚନ ପାଇଁ ଆସନ୍ତା ୨୩ତାରିଖରେ ଭୋଟ ଗଣନା ହେବାର କାର୍ଯ୍ୟକ୍ରମ ରହିଛି। ଜୁନ୍ ୧୩ତାରିଖ ପୂର୍ବରୁ ରାଜ୍ୟରେ ଷୋଡ଼ଶ ବିଧାନସଭା ଗଠନ ହେବାର ପ୍ରାବଧାନ ଥିବାବେଳେ ଯେଉଁ ଦଳକୁ ବହୁମତ ମିଳିବ ସେ ହିଁ ରାଜ୍ୟରେ ସରକାର ଗଠନ କରିବ। ମେ’ ୨୩ତାରିଖ ଭୋଟ ଗଣତି ପରେ ଏହା ସ୍ପଷ୍ଟ ହେବ। ତେବେ ନୂଆ ସରକାର ଗଠନ ପୂର୍ବରୁ ବିଧାନସଭାକୁ ଭଙ୍ଗ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ଜଣାପଡ଼ିଛି। ପଞ୍ଚଦଶ ବିଧାନସଭା ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସାକ୍ଷୀ ରହିଥିଲା।
ବଢ଼ିଲା ବାତ୍ୟା ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଶ୍ରମିକଙ୍କ ଦୈନିକ ମଜୁରୀ
କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ-“ବାତ୍ୟା ପରେ ପୁରୀ ଜିଲ୍ଲାରେ ପୋଖରୀ ସଫେଇ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ରିଲିଫ କାମରେ ନିୟୋଜିତ କର୍ମଚାରୀଙ୍କ ପାଇଁ ୨୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କ ଦୈନିକ ଭତ୍ତା ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି। କୁଶଳୀ ଶ୍ରମିକଙ୍କ ମଜୁରୀ ୩୭୦ରୁ ୫୫୫ ଟଙ୍କାକୁ, ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ମଜୁରୀ ୩୨୦ରୁ ୪୮୦ ଟଙ୍କାକୁ ଓ ଅଣ କୁଶଳୀ ଶ୍ରମିକଙ୍କ ମଜୁରୀ ୨୮୦ରୁ ୪୨୦ ଟଙ୍କାକୁ ବୃଦ୍ଧି କରାଯାଇଛି।”
from Odisha Reporter http://bit.ly/2EgWUTs
No comments:
Post a Comment