ହୃଦୟ ଜିତିଲେ ଖ୍ରୀଷ୍ଟିଆନ୍‌ ବ୍ୟକ୍ତି, ମୁସଲିମ୍‌ଙ୍କ ପାଇଁ କଲେ ଇଫତାର ପାର୍ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ହୃଦୟ ଜିତିଲେ ଖ୍ରୀଷ୍ଟିଆନ୍‌ ବ୍ୟକ୍ତି, ମୁସଲିମ୍‌ଙ୍କ ପାଇଁ କଲେ ଇଫତାର ପାର୍ଟି

ଦୁବାଇ: ୟୁଏଇରେ ରହୁଥିବା ଜଣେ ଭାରତୀୟ ଖ୍ରୀଷ୍ଟିଆନ୍‌ ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ପୂର୍ବରୁ ମୁସଲିମ୍‌ଙ୍କ ପାଇଁ ନିଜସ୍ୱ ଅର୍ଥରେ ଏକ ମସଜିଦ୍‌ ନିର୍ମାଣ କରିଥିବା ଏହି ବ୍ୟକ୍ତିଜଣଙ୍କ ପବିତ୍ର ରମଜାନ ମାସରେ ୮୦୦ ମୁସଲିମ୍‌ ଶ୍ରମିକଙ୍କ ପାଇଁ ଏକ ଇଫତାର ପାର୍ଟିର ଅୟୋଜନ କରିଛନ୍ତି। ୪୯ ବର୍ଷୀୟ ସାଜି ଚେରିୟାନ୍‌ଙ୍କ ଘର କେରଳର କାୟମକୁଲାମ ଅଞ୍ଚଳରେ।

ସେ ଗତବର୍ଷ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ମୁସଲିମ ଶ୍ରମିକଙ୍କ ପାଇଁ ଏକ ମସଜିଦ୍‌ ନିର୍ମାଣ କରିଥିଲେ। ସେ ଏହି ଶ୍ରମିକମାନଙ୍କୁ ଫୁଜାଇରାହରେ ଥିବା ୫୩ଟି କମ୍ପାନୀରେ ନିୟୋଜିତ କରାଇଛନ୍ତି। ଏଠାରେ କାର୍ଯ୍ୟରତ ଶ୍ରମିକମାନେ ନିକଟରେ ଥିବା ଏକ ମସଜିଦ୍‌କୁ ଯାଇ ପ୍ରାର୍ଥନା କରନ୍ତି। ଏଥିପାଇଁ ଶ୍ରମିକମାନଙ୍କୁ ଟ୍ୟାକ୍ସି ଭଡ଼ା ବାବଦକୁ ବେଶ କିଛି ଖର୍ଚ୍ଚ କରିବାକୁ ପଡ଼ୁଥିଲା। ଏକଥା ଜାଣିବା ପରେ ଶ୍ରମିକମାନଙ୍କ ପାଇଁ ସାଜି ମାରିଅମ ଉମା ଇସା ନାମରେ ଏକ ମସଜିଦ୍‌ ନିର୍ମାଣ କରିଥିଲେ। ସାଜି ୨୦୦୩ରୁ ୟୁଏଇରେ ବ୍ୟବସାୟ କରୁଛନ୍ତି।

ମେ’ ୭ରୁ ରମଜାନ ମାସ ଆରମ୍ଭ ହୋଇଛି। ଏହା ମୁସଲିମଙ୍କ ପାଇଁ ଏକ ପବିତ୍ର ମାସ। ଏହାକୁ ଦୃଷ୍ଟିରେ ରଖି ସାଜି ସମସ୍ତ ୮୦୦ ଶ୍ରମିକ ଓ ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ପାଇଁ ଏକ ଏୟାର କଣ୍ଡିସନର ଲାଗିଥିବା ପ୍ରକୋଷ୍ଠରେ ଇଫତାର ପାର୍ଟିର ଅୟୋଜନ କରିଥିଲେ। ସାଜି ଜଣେ ଖ୍ରୀଷ୍ଟିଆନ୍‌ ହୋଇଥିଲେ ହେଁ ମୁସଲିମ ଧର୍ମାବଲମ୍ବୀଙ୍କ ପାଇଁ ଏଭଳି କାର୍ଯ୍ୟ ସମସ୍ତଙ୍କୁ ପ୍ରଭାବିତ କରିଛି।



from Odisha Reporter http://bit.ly/2PREiOa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages