ଏନଡିଏ, ୟୁପିଏ ଓ ଅନ୍ୟାନ୍ୟ ଦଳ, କିଏ କାହା ସାଙ୍ଗରେ ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଏନଡିଏ, ୟୁପିଏ ଓ ଅନ୍ୟାନ୍ୟ ଦଳ, କିଏ କାହା ସାଙ୍ଗରେ ରହିଛି

ନୂଆଦିଲ୍ଲୀ: ଦେଶରେ ୭ଟି ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ପାଇଁ ଭୋଟଦାନ ଶେଷ ହୋଇଛି। ଏକଜିଟ୍‌ ପୋଲ ଫଳାଫଳ ମଧ୍ୟ ପ୍ରକାଶ ପାଇବାରେ ଲାଗିଛି। ତେବେ ଚୂଡ଼ାନ୍ତ ଫଳାଫଳ ଆସନ୍ତା ୨୩ ତାରିଖରେ ପ୍ରକାଶ ପାଇବ। ତେବେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆସନ୍ତୁ ଜାଣିବା କିଏ କାହା ସାଙ୍ଗରେ ରହିଛନ୍ତି।

ଏନ୍‌ଡିଏ: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଏବେ କ୍ଷମତାରେ ରହିଛି। ୨୦୧୪ରେ ଦଳ ଜବରଦସ୍ତ ପ୍ରଦର୍ଶନ କରିଥିଲା। ସେହିପରି ସଂସଦକୁ ୩୯ ଜଣ ସାଂସଦ ପଠାଉଥିବା ତାମିଲନାଡୁରେ ବିଜେପି କ୍ଷମତାସୀନ ଏଆଇଏଡିଏମକେ ସହ ମେଣ୍ଟ କରିଛି। ୨୦୧୪ରେ ଏଆଇଏଡିଏମକେ ୩୬ ଜଣ ସାଂସଦ ଲୋକସଭାକୁ ପଠାଇଥିଲା। ସେହିପରି ବିହାରରେ ମଧ୍ୟ ବିଜେପି କ୍ଷମତାସୀନ ଜେଡିୟୁ ସହ ବନ୍ଧୁତା କରିଛି। ଏଠାରୁ ୪୦ ଜଣ ସାଂସଦ ଲୋକସଭାକୁ ଯିବେ। ସେହିପରି ମହାରାଷ୍ଟ୍ରରରେ ମଧ୍ୟ ବିଜେପି ଶିବସେନା ସହ ମେଣ୍ଟ କରିଛି। ଏଠାରେ ୪୮ ଲୋକସଭା ଆସନ ରହିଛି। ପଞ୍ଜାବରେ ବିଜେପି ଶିରୋମଣି ଅକାଳୀ ଦଳ ସହ ମେଣ୍ଟ କରିଛି।

ୟୁପିଏ: କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୫ ବର୍ଷ ପରେ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛି। ବିଜେପି ପରି କଂଗ୍ରେସ ମଧ୍ୟ ଅଧିକ ଲୋକସଭା ଆସନ ବିଶିଷ୍ଟ ରାଜ୍ୟଗୁଡ଼ିକରେ ମେଣ୍ଟ କରିଛି। ମହାରାଷ୍ଟ୍ରରେ ଦଳ ଶରଦ ପାୱାରଙ୍କ ଏନସିପି ସହ ବନ୍ଧୁତା କରିଛି। ତାମିଲନାଡୁରେ ଦଳ ଡିଏମକେ ସହ ମେଣ୍ଟ କରିଥିବା ବେଳେ ବିହାରରେ ଆରଜେଡି ଓ ଝାରଖଣ୍ଡରେ ମଧ୍ୟ କଂଗ୍ରେସ ଅନ୍ୟ ଦଳଙ୍କ ସହ ମିଶି ନିର୍ବାଚନ ଲଢ଼ୁଛି। କର୍ଣ୍ଣାଟକାରେ କଂଗ୍ରେସ ଜେଡିଏସ୍‌ ସହ ରହିଥିବା ବେଳେ ଜମ୍ମୁ-କଶ୍ମୀରରେ ଏନ୍‌ସି ସହ ମେଣ୍ଟ କରିଛି।

ଅନ୍ୟାନ୍ୟ ଦଳ: ଚଳିତ ନିର୍ବାଚନରେ ଅଣ ୟୁପିଏ ଓ ଅଣ ଏନ୍‌ଡିଏ ଦଳଗୁଡ଼ିକ ମଧ୍ୟ ସରକାର ଗଠନ କରିବାର ସୁଯୋଗ ପାଇ ପାରନ୍ତି ବୋଲି କେତେକ ଦାବି କରୁଛନ୍ତି। ସବୁଠାରୁ ଅଧିକ ୮୦ ଜଣ ସାଂସଦଙ୍କୁ ଲୋକସଭାକୁ ପଠାଉଥିବା ଉତ୍ତର ପ୍ରଦେଶରେ ମାୟାବତୀଙ୍କ ବିଏସପି ଓ ଅଖିଲେଶଙ୍କ ଏସପି ମେଣ୍ଟ କରିଛନ୍ତି। ଏମାନଙ୍କ ସହ ଅଜିତ ସିଂହଙ୍କ ଆରଏଲଡି ମଧ୍ୟ ରହିଛି। ଏମାନେ ମେଣ୍ଟରେ କଂଗ୍ରେସକୁ ସାମିଲ କରି ନଥିଲେ ହେଁ ଅନ୍ୟ ରାଜ୍ୟରେ କଂଗ୍ରେସ ସରକାରଙ୍କୁ ସମର୍ଥନ କରୁଛନ୍ତି।

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ୁଛି। ମମତାଙ୍କ ତୃଣମୂଳ କଂଗ୍ରେସ ୨୦୧୪ରେ ପଶ୍ଚିମବଙ୍ଗର ୪୨ଟି ଆସନରୁ ୩୩ଟି ଜିତିଥିଲା। ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଆସନ ରହିଛି। ଏଠାରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ଅନ୍ୟତମ ଆଞ୍ଚଳିକ ଦଳ ୱାଇଏସ୍‌ଆର କଂଗ୍ରେସ ମଧ୍ୟରେ ଟକ୍କର ହେଉଛି। ଅନ୍ୟ କିଙ୍ଗମେକରମାନେ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ଓ ତେଲେଙ୍ଗାନାରେ କେ ଚନ୍ଦ୍ର ଶେଖର ରାଓଙ୍କ ଟିଆରଏସ୍‌। ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ ହୋଇଥିବା ବେଳେ ତେଲେଙ୍ଗାନାର ଆସନ ସଂଖ୍ୟା ୧୭ ରହିଛି। ସେହିପରି କେରଳରେ ବାମଦଳର ଦବଦବା ମଧ୍ୟ ରହିଛି।

ତେଣୁ କିଏ କାହାକୁ ସମର୍ଥନ କରୁଛି, ଏବେ ତା’ ଉପରେ ସମସ୍ତଙ୍କ ନଜର।



from Odisha Reporter http://bit.ly/30rqxuw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages