
ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଦେଓବନ୍ଧରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପି. ଚିଟି ବାବୁ। ତାଙ୍କ ଘର ଟିଟିଲାଗଡ଼ର ମାଲଗୋଦାମ ପଡ଼ାରେ। ସେ ଜଣେ ପୂର୍ବତନ ରେଳ କର୍ମଚାରୀ। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଆଜି ସ୍ଥାନୀୟ ଲୋକ ସେହି ରାସ୍ତା ଦେଇ ଯାଉଥିବା ସମୟରେ ପୋଖରୀରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ଟିଟିଲାଗଡ଼ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତାଙ୍କର ମୃତଦେହ ସହିତ ଏକ ବ୍ୟାଗ୍ ବି ମିଳିଛି।
from Odisha Reporter http://bit.ly/2JKrzMf
No comments:
Post a Comment