ରେପ୍ ଅଭିଯୋଗରେ ଏହି କ୍ରିକେଟର୍‌ଙ୍କୁ ୫ ବର୍ଷ ଜେଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ରେପ୍ ଅଭିଯୋଗରେ ଏହି କ୍ରିକେଟର୍‌ଙ୍କୁ ୫ ବର୍ଷ ଜେଲ୍

ଲଣ୍ଡନ: ଇଂଲଣ୍ଡର କାଉଣ୍ଟି ଟିମ୍ ୱର୍ସେଷ୍ଟରଶାୟର୍ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲୀୟ ଜନ୍ମିତ ଆଲେକ୍ସ ହେପବର୍ନଙ୍କୁ ୟୁକେରେ ଦୁଷ୍କର୍ମ ଅଭିଯୋଗରେ ପାଞ୍ଚବର୍ଷର ଜେଲ୍ ଦଣ୍ଡାଦେଶ ହୋଇଛି। ୧ ଏପ୍ରିଲ୍, ୨୦୧୭ରେ ୨୩ ବର୍ଷୀୟ ଏହି ଯୁବ କ୍ରିକେଟରଙ୍କ ଉପରେ ମହିଳାଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ଲାଗିଥିଲା। ଗତମାସରେ କୋର୍ଟରେ ଚାଲିଥିବା ରିଟ୍ରାଏଲରେ ପ୍ରମାଣିତ ହୋଇଥିଲା ଯେ, ହେପବର୍ନ ନିଜ ସାଥୀ ଖେଳାଳିଙ୍କ ବେଡରୁମରେ ଶୋଇଥିବା ମହିଳାଙ୍କ ସହ ଜୋର୍ ଜଦରଦସ୍ତି ଯୌନସମ୍ପର୍କ ରଖିଥିଲେ।

ହେପବର୍ନ ହ୍ୱାଟ୍ସଆପରେ ଗ୍ରୁପରେ ଚାଲିଥିବା ସେକ୍ସୁଆଲ୍ ଗେମରେ ପ୍ରଭାବିତ ହୋଇ ଏଭଳି ଲଜ୍ଜାଜନକ କାମ କରିଛନ୍ତି। ଏହି ଗ୍ରୁପର ସଦସ୍ୟମାନେ ମହିଳାଙ୍କ ସହ ସମ୍ପର୍କ ରଖିବା ପରେ ଏହାର ସୂଚନା ଗ୍ରୁପରେ ସେୟାର କରୁଥିଲେ। ପୀଡ଼ିତାଙ୍କ କହିବା ଅନୁଯାୟୀ, ମୋ ରୁମରେ ହେପବର୍ନ ଥିବା ମୁଁ ଜାଣିନଥିଲି। ମୁଁ ଭାବିଲି ମୋ ବୟଫ୍ରେଣ୍ଡ କ୍ଲାର୍କ ମୋ ସହ ଶୋଇଛନ୍ତି। ତେବେ ହେପବର୍ନ ଯେତେବେଳେ ମୋତେ ସ୍ପର୍ଶ କଲେ, ମୁଁ ଜାଣିପାରିଲି ଯେ ସେ କ୍ଲାର୍କ ନୁହନ୍ତି।

ପୀଡ଼ିତା ଆହୁରି କହିଛନ୍ତି, ହେପବର୍ନ ମୋ ସୁନ୍ଦରତାକୁ ପ୍ରଶଂସା କରିଥିଲେ ଏବଂ ମୋ ସହ ଜୋର୍ ଜଦରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ। କିନ୍ତୁ ପୀଡ଼ିତା ଏହା କରିବାକୁ ସମ୍ପୂର୍ଣ୍ଣ ମନା କରି ଦେଇଥିଲେ। ଏହା ସତ୍ତ୍ୱେ ହେପବର୍ନ ଜବରଦସ୍ତୀ ଉକ୍ତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏବେ ପୂରା ମାମଲା ପରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ଏହି ଦକ୍ଷ ଅଲରାଉଣ୍ଡରଙ୍କ କ୍ୟାରିୟର ବରବାଦ ହୋଇଯାଇଛି।

ସୂଚନାଯୋଗ୍ୟ, ୨୩ ବର୍ଷୀୟ ହେପବର୍ନ ୨ଟି ଲିଷ୍ଟ-ଏ’ ମ୍ୟାଚରେ ୩୨ ରନ୍ ଓ ୬ ୱିକେଟ୍ ନେଇଛନ୍ତି। ଏହାଛଡ଼ା ସେ ୫ ଟି-୨୦ ମ୍ୟାଚରେ ୨୫ ରନ୍ ଏବଂ ୬ ୱିକେଟ୍ ହାସଲ କରିଛନ୍ତି।



from Odisha Reporter http://bit.ly/2PKKuaU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages